ଦିନକୁ ହେବ ୧୦୦୦ ନମୁନା ପରୀକ୍ଷା

ଆଇନଭଙ୍ଗ, ସାମ୍ପ୍ରଦାୟିକ ବିଭେଦ ସୃଷ୍ଟିକଲେ କଠୋର କାର୍ଯ୍ୟାନୁଷ୍ଠାନ ସ୍ବେଚ୍ଛାକୃତ ସହାୟତା ପାଇଁ ଡାକ୍ତରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ

ଭୁବନେଶ୍ବର : କୋଭିଡ଼ ୧୯ ଚିହ୍ନଟ ପାଇଁ ରାଜ୍ୟରେ ପ୍ରତିଦିନ ଯେପରି ଅଧିକ ସଂଖକ ନମୁନା ପରୀକ୍ଷା କରାଯାଇପାରିବ ତାହା ଉପରେ ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି। ଏହି ପରିପ୍ରେକ୍ଷୀରେ ଆସନ୍ତା ଏପ୍ରିଲ ୧୦ ସୁଦ୍ଧା ଦିନକୁ ଅତି କମରେ ୧୦୦୦ ପରୀକ୍ଷା ସୁବିଧାର ବ୍ୟବସ୍ଥା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦେଶ ଦେଇଛନ୍ତି। କୋଭିଡ଼ ୧୯ ମୁକାବିଲା କ୍ଷେତ୍ରରେ ଟିମ ଓଡ଼ିଶା ଦ୍ବାରା ନିଆଯାଇଥିବା ପଦ​‌େକ୍ଷପକୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ରାଜ୍ୟବ୍ୟାପୀ ପରୀକ୍ଷା ସୁବିଧା ତ୍ବରାନ୍ବିତ କରିବା ଉପରେ ଗୁରୁତ୍ବ ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ଭୁବନେଶ୍ବରରେ ଆରଏମଆରସି ଏବଂ ଏମ୍ସ, କଟକ ଏସସିବି ମେଡ଼ିକାଲ କଲେଜ ଓ ହସ୍ପିଟାଲରେ କୋଭିଡ଼ ୧୯ ପରୀକ୍ଷା ସୁବିଧା ରହିଛି। ବ୍ରହ୍ମପୁରସ୍ଥିତ ଏମକେସିଜି ଏବଂ ବୁର୍ଲାର ଭିମସାରଠାରେ ପରୀକ୍ଷା ସୁବିଧା କରିବା ନିମନ୍ତ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ସେ ନିର୍ଦେଶ ଦେଇଛନ୍ତି। ରାଜ୍ୟରେ କରୋନା ମୁକାବିଲା ନେଇ ଗ୍ରହଣ କରାଯାଇଥିବା ପଦକ୍ଷେପ ଉପରେ ମୁଖ୍ୟମନ୍ତ୍ରୀ ଆଜି ସମୀକ୍ଷା କରିଥିଲେ। ନବୀନନିବାସରୁ ମୁଖ୍ୟମନ୍ତ୍ରୀ ଭିଡ଼ିଓ କନଫରେନ୍ସିଂଜରିଆରେ ମୁଖ୍ୟ ଶାସନ ସଚିବ ଏବଂ ବରି​ଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ। ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ମଧ୍ୟ ଝାରସୁଗୁଡ଼ାରେ ଥାଇ ଭିଡ଼ିଓ କନଫରେନ୍ସିଂରେ ଭାଗ ନେଇଥିଲେ।
​କୋଭିଡ଼ ୧୯ ସଂକ୍ରମଣ ରୋକିବା ଦିଗରେ ନିଆଯାଉଥିବା ପଦକ୍ଷେପ କାର୍ଯ୍ୟକାରୀ କରାଯିବାବେଳେ ସୃଷ୍ଟି ହେଉଥିବା ଆଇନଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିବା ଅବସରରେ ସମ୍ପୂର୍ଣ୍ଣ ସଜାଗ ରହିବାକୁ ମୁଖ୍ୟମନ୍ତ୍ରୀ ପୁଲିସକୁ ନିର୍ଦେଶ ଦେଇଥିଲେ। କୋଭିଡ଼ ପରିସ୍ଥିତିକୁ ଯେଉଁମାନେ ସାମ୍ପ୍ରଦାୟିକ ରୂପ ଦେବାକୁ ଉଦ୍ୟମ କରୁଛନ୍ତି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଥିଲେ। ସାମାଜିକ ଏକତା ରକ୍ଷା ନିଶ୍ଚିତ କରିବାକୁ ସେ ପୁଲିସକୁ ନିର୍ଦେଶ ଦେବା ସହିତ ଆଇନ ଉଲ୍ଲଘଂନକାରୀ ଓ ଅପପ୍ରଚାରକାରୀଙ୍କ ବିରୋଧରେ ଶୂନ୍ୟ ସହନଶୀଳ ନୀତି ଆପଣାଇବାକୁ ସତର୍କ କରାଇ ଦେଇଥିଲେ। ରାଜ୍ୟରେ ଅତ୍ୟାବଶ୍ୟକ ସେବା ଓ ସାମଗ୍ରୀର ଯୋଗାଣ ଯେପରି ଅବ୍ୟାହତ ରହିବ ସେ ଦିଗରେ ପଦକ୍ଷେପ ନେବାକୁ କହିଥିଲେ।

କୋଭିଡ଼ ବିରୋଧରେ ଲଢ଼େଇ ପାଇଁ ମେଡ଼ିକାଲ ଟିମକୁ ଉପଯୁକ୍ତ ଭାବେ ପ୍ରସ୍ତୁତ ରଖିବାକୁ ମେଡ଼ିକାଲ ବିଶେଷଜ୍ଞ ତଥା ବୃତ୍ତିଧାରୀଙ୍କ ନିମନ୍ତେ ପର୍ଯ୍ୟାପ୍ତ ସଂଖ୍ୟକ ପର୍ସନାଲ ପ୍ରୋଟେକ୍ଟିଭ ଇକ୍ୟୁପ୍‌ମେଣ୍ଟ(ପିପିଇ) ମହଜୁଦ ରଖିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଇଥିଲେ।
ରାଜ୍ୟର ବିଭିନ୍ନ ସ୍ଥାନରେ ନୂତନ କୋଭିଡ଼ ହସ୍ପିଟାଲ ଖୋଲିବା ପାଇଁ ଥିବା ପ୍ରସ୍ତାବର ସେ ସମୀକ୍ଷା କରିଥିଲେ। ରାଜ୍ୟରେ ଆସନ୍ତା ୧୫ତାରିଖ ସୁଦ୍ଧା ଅତି କମରେ ୩୦୦୦ଶଯ୍ୟା ବିଶିଷ୍ଟ ଦକ୍ଷତା ବୃଦ୍ଧି ପାଇଁ ଅଧିକାରୀମାନଙ୍କୁ ‌ନିର୍ଦେଶ ଦେଇଥିଲେ। ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଉପଦେଷ୍ଟା, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିସନର, ପୁଲିସ ମହାନିର୍ଦେଶକ ଓ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।
କରୋନା ମୁକାବିଲା ଦିଗରେ ସବୁଠି ସଂଗ୍ରାମ ଚାଲିଥିବାବେଳେ ଏ ସମୟରେ ସହାୟତାର ହାତ ବଢ଼ାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡାକ୍ତରଙ୍କୁ ନିବେଦନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, କୋଭିଡ଼ ୧୯ ମହାମାରୀ ସାରା ବିଶ୍ବରେ ବଡ଼ ସମସ୍ୟା ସୃଷ୍ଟି କରିଛି। ଏହି ଭୂତାଣୁ ବିରୋଧରେ ଲଢ଼ିବା ପାଇଁ ଡାକ୍ତରମାନେ ସେମାନଙ୍କ ଉଦ୍ୟମ ଜାରି ରଖିଛନ୍ତି। ପରିସ୍ଥିତିକୁ ସମ୍ଭାଳିବା ପାଇଁ ରାଜ୍ୟ ସରକାର ଅନେକ ଗଠନମୂଳକ ପଦ​‌େକ୍ଷ‌ପ ଗ୍ରହଣ କରୁଛନ୍ତି। ରାଜ୍ୟରେ କୋଭିଡ଼୧୯ ସଂକ୍ରମଣ ଆଶଙ୍କା କରୁଥିବା ବ୍ୟକ୍ତିବି​‌ଶେଷଙ୍କୁ ମେଡ଼ିକାଲ ସହାୟତା ଦେବାକୁ ଆମେ ଏବେ କୋଭିଡ଼୧୯ ଟେଲିମେଡ଼ିସିନ ହେଲପଲାଇନ-୧୪୪୧୦ ପ୍ରଚଳନ କରିଛୁ। ଏହା ସମ୍ପୂର୍ଣ୍ଣ ଭାବେ ମାଗଣା ସେବା ଯୋଗାଇଦେବାକୁ ଉଦ୍ଦିଷ୍ଟ। କୌଣସି ବ୍ୟକ୍ତିଠାରେ କାଶ, ଜ୍ବର, କ୍ଳାନ୍ତି ଓ ନିଃଶ୍ବାସପ୍ରଶ୍ବାସ ​‌େ‌ନବାରେ କଷ୍ଟ ଅନୁଭବ ଭଳି କୋଭିଡ଼ ୧୯ ଲକ୍ଷଣ ଦେଖାଗଲେ ସେମାନେ ହେଲ୍ପଲାଇନକୁ କଲ କରିପାରିବେ।
ସରକାରଙ୍କୁ ଏଭଳି ଯୋଜନାରେ ସହାୟତା ଯୋଗାଇଦେବା ନିମନ୍ତେ ରାଜ୍ୟ ଭିତରେ ଓ ବାହାରେ ଥିବା ଓଡ଼ିଶାର ସମସ୍ତ ଡାକ୍ତରଙ୍କୁ ମୁଁ ଅନୁରୋଧ କରୁଛି। ନାଗରିକମାନଙ୍କୁ ‌ମାଗଣା​ରେ ସେବା ​​‌ଯୋଗାଇଦେବା ନିମନ୍ତେ ଆ​‌େ​‌ଗଇ ଆସିବା ସହିତ ଏଥିପାଇଁ ନାମ ପଞ୍ଜିକୃତ କରିବାକୁ ସେ ନିବେଦନ କରିଛନ୍ତି।
ଯେଉଁ ଡାକ୍ତରମାନେ କରୋନା ବିରୋଧରେ ଲଢ଼ିବା ପାଇଁ ସ୍ବେଚ୍ଛାକୃତ ଭାବେ ସେବା ଯୋଗାଇଦେବାକୁ ଇଚ୍ଛୁକ ସେମାନେ www.bit.ly/IndiaTeleMedରେ ପଞ୍ଜିକୃତ କରିପାରିବେ। ଏଭଳି ବିପଦ ସମୟରେ ତ୍ୟାଗ ପାଇଁ ରାଜ୍ୟ ଡାକ୍ତରମାନଙ୍କ ନିକଟରେ କୃତଜ୍ଞ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ନିୟୋଜିତ ହେବେ ସରକାରୀ ଓ ଘରୋଇ ସଂସ୍ଥାର ଡାକ୍ତର, ପାରାମେଡ଼ିକ କର୍ମଚାରୀ
କରୋନା ସଂକ୍ରମଣ ରୋକିବା ନିମନ୍ତେ ଓଡ଼ିଶା ସରକାରଙ୍କୁ ସହାୟତା ଲାଗି ଡାକ୍ତର, ନର୍ସ ଓ ପାରାମେଡ଼ିକ କର୍ମଚାରୀ କିମ୍ବା ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଅଭିଜ୍ଞତା ଥିବା ସରକାରୀ, ବେସରକାରୀ ସଂସ୍ଥାର ​ବ୍ୟକ୍ତିବି​େଶ‌ଷଙ୍କୁ କାର୍ଯ୍ୟରେ ନିୟୋଜିତ କରାଯିବ। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପ୍ରମୁଖ ଶାସନ ସଚିବ, ମେଡ଼ିକାଲ ଶିକ୍ଷା ଓ ତାଲିମ ନିର୍ଦେଶକ ଏବଂ ସ୍ବାସ୍ଥ୍ୟ ନିର୍ଦେଶକଙ୍କୁ ଏଥିନିମନ୍ତେ କ୍ଷମତା ପ୍ରଦାନ କରାଯାଇଛି। ବିପର୍ଯ୍ୟୟ ପରିଚାଳନା ଆଇନ ଅନୁସାରେ ରାଜ୍ୟ କାର୍ଯ୍ୟନିର୍ବାହୀ କମିଟି ଏହି ଦାୟିତ୍ବ ସମ୍ପୃକ୍ତ ଅଧିକାରୀଙ୍କୁ ପ୍ରଦାନ କରିଛି। ଆବଶ୍ୟକତା ଅନୁସାରେ ଭାରପ୍ରାପ୍ତ କର୍ତ୍ତୃପକ୍ଷଙ୍କ ଦ୍ବାରା ଏଭଳି ରିକୁଇଜିସନ ପାଇଲେ ଏ ଦିଗରେ ସହଯୋଗ କରିବାକୁ ଡାକ୍ତର, ନର୍ସ ଏବଂ ପାରାମେଡ଼ିକ କର୍ମଚାରୀଙ୍କୁୁୁ ‌ପରାମର୍ଶ ଦିଆଯାଇଛି।

Comments are closed.