ପିଏସି’ର ଶହେ ବର୍ଷ ପୂର୍ତ୍ତି ଉତ୍ସବରେ ସୁକିନ୍ଦା ବିଧାୟକ

୪ଜଣ ବିଧାୟକ ଓଡ଼ିଶାକୁ ପ୍ରତିନିଧିତ୍ୱ କରିଛନ୍ତି

ଯାଜପୁର : ପବ୍ଲିକ୍ ଆକାଉଣ୍ଟସ୍ କମିଟି (ପିଏସି) ସ୍ଥାପନର ଶହେ ବର୍ଷ ପୂର୍ତ୍ତି ପାଳନ ଅବସରରେ ସଂସଦର ସେଣ୍ଟ୍ରାଲ ହଲରେ ଆୟୋଜିତ ସୂତନ୍ତ୍ର ବୈଠକରେ ଯୋଗ ଦେଇଛନ୍ତି ସୁକିନ୍ଦା ବିଧାୟକ ଇଂ ପ୍ରୀତିରଞ୍ଜନ ଘଡ଼ାଇ । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଉପସ୍ଥିତିର ଏହି ସମାରୋହ ଉତ୍ସବରେ ଇଂ ପ୍ରୀତିରଞ୍ଜନ ଘଡ଼ାଇ, ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର, ମୋହନ ମାଝୀଙ୍କ ସମେତ ୪ଜଣ ବିଧାୟକ ଓଡ଼ିଶାକୁ ପ୍ରତିନିଧିତ୍ୱ କରିଛନ୍ତି । ଏହି ସମାରୋହରେ ଉପରାଷ୍ଟ୍ରପତି  ଭେଙ୍କୟା ନାୟୁଡୁ କହିଲେ ଯେ ଗଣତନ୍ତ୍ରକୁ ଆହୁରି ମଜଭୁତ କରିବା ଲାଗି ସଂସଦ ଏବଂ ବିଧାନସଭାର ବିତର୍କ ହିଁ ଶ୍ରେଷ୍ଠ ମାର୍ଗ। ସଂସଦୀୟ ବ୍ୟବସ୍ଥାର ଜ୍ଞାନକୁ ପରିବର୍ଦ୍ଧିତ କରିବା ଲାଗି ଏଭଳି ସମାରୋହରେ ଖୁବ ଉପାଦୟ ବୋଲି ବିଧାୟକ ଘଡ଼ାଇ କହିଛନ୍ତି।

Comments are closed.