ଦୁଷ୍କର୍ମୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ

ଧର୍ମଗଡ: ଏକ ଦୁଷ୍କର୍ମ ମାମଲାର ବିଚାର କରି ଧର୍ମଗଡ ଅତିରିକ୍ତ ଜିଲ୍ଲା ଦୌରାଜଜ ଦୋଷୀକୁ ୧୦ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି । କୋର୍ଟର ଆଦେଶ ପରେ ଦୋଷୀକୁ ଜେଲ ହାଜତକୁ ପଠାଯାଇଛି।

ସୂଚନା ଅନୁଯାୟୀ, ଜୟପାଟଣା ଥାନା ଅନ୍ତର୍ଗତ କରମେଲୀ ଗାଁର ଜନୈକା ଯୁବତୀ ଜଣକ ୧୪/୧/୧୦ରେ ନିଜ ଘର‌ଠାରୁ ୧କିମି ଦୂରରେ ଥିବା ନିଜ କ୍ଷେତକୁ ପନିପରିବା ତୋଳିବାକୁ ଯାଇଥିଲେ । ସେହି ସମୟରେ ସେହି ଗାଁର ବୈଷ୍ଣବ ମାଝୀ ନାମକ ଜଣେ ଯୁବକ ତାଙ୍କୁ ଦୁଷ୍କର୍ମ କରିଥିଲେ । ଏନେଇ ପରିବାର ଲୋକେ ଜୟପାଟଣା ଥାନାରେ ଏତଲା ଦେବା‌ ପରେ ଜୟପାଟଣା ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ବୈଷ୍ଣବଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ମାମଲାର ଶୁଣାଣି କରି ସୋମବାର ଧର୍ମଗଡ ଅତିରିକ୍ତ ଜିଲ୍ଲା ଦୌରାଜଜ ବନ୍ଦନା କର ଦୋଷୀକୁ ୧୦ ବର୍ଷ ଜେଲ ଦଣ୍ଡାଦେଶ ସହ ୧୦ହଜାର ଟଙ୍କା ଜୋରିମାନା କରିଛନ୍ତି। ଜୋରିମାନା ଅନାଦେୟ ୧ ବର୍ଷ ଅଧିକ ସଶ୍ରମ ଦଣ୍ଡାଦେଶ ଦେଇଛନ୍ତି।

Comments are closed.