ମୃତ ଛାତ୍ରୀଙ୍କ ମାଆଙ୍କୁ ଗୁରୁ କଲ୍ୟାଣ ପାଣ୍ଠିରୁ ସହାୟତା

ଚିକିଟି: ଗଞ୍ଜାମ ଜିଲା ଚିକିଟି ବ୍ଲକ ରାମଚନ୍ଦ୍ରପୁର ସ୍ଥିତ କେଜିବିଭିରେ ନବମ ଶ୍ରେଣୀରେ ଅଧ୍ୟୟନରତ ଛାତ୍ରୀ ଚଞ୍ଚଲା ମଳିକଙ୍କ ନିଜ ଘରେ ଛୁଟିରେ ଯାଇଥିବାବେଳେ ଅସ୍ୱାଭାବିକ ଭାବେ ମୃତ୍ୟୁ ହୋଇଥିଲା । ଗତ କାଲି ଚିକିଟି ବିଇଓ କୁରେଶୁ ସେଠି, କେଜିବିଭି ପ୍ରଧାନ ଶିକ୍ଷୟତ୍ରୀ ପ୍ରମିତା ପାତ୍ର, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସଚିଦାନନ୍ଦ ପଣ୍ଡା, ରାମଚନ୍ଦ୍ରପୁର ଶିକ୍ଷା କ୍ଲସ୍ଟରର ସିଆରସିସି ଅରୁଣ ପଣ୍ଡା, ବଡପଲଙ୍କ ସିଆରସିସି ଭବାନୀ ଶଙ୍କର ମହାପାତ୍ର ପ୍ରମୁଖ ମୃତ ଛାତ୍ରୀଙ୍କ ନିଜ ଗାଁ କଙ୍କିଆ ନିକଟ ବେଡଝରୀ ସ୍ଥିତ ଘରକୁ ଯାଇ ତାଙ୍କ ମାଆ ବିନୁ ମଳିକଙ୍କୁ ଭେଟି ସମବେଦନା ଜଣାଇଛନ୍ତି । ଏଥି ସହ ଗୁରୁ କଲ୍ୟାଣ ପାଣ୍ଠିରୁ ଦଶ ହଜାର ଟଙ୍କା ନଗଦ ଅନୁକମ୍ପା ସହାୟତା ରାଶି ପ୍ରଦାନ କରିଛନ୍ତି ।

Comments are closed.