MEllora 950×100

ଆଜି ଠାରୁ ସମ୍ମେଟିଭ୍‌‌ -୧ ଖାତା ଦେଖା ଆରମ୍ଭ

ଭୁବନେଶ୍ୱର : ମାଟ୍ରିକ ସମ୍ମେଟିଭ୍‌‌ -୧ ଖାତା ଦେଖା ଆରମ୍ଭ ଆଜି ଠାରୁ ହୋଇଛି। ମୋଟ ୫୬ଟି କେନ୍ଦ୍ରରେ ୧୨,୪୫୦ ଶିକ୍ଷକ ମୂଲ୍ୟାୟନରେ ନିୟୋଜିତ ହୋଇଛନ୍ତି। ସକାଳ ୯ଟାରୁ ସନ୍ଧ୍ୟା ୫ଟା ଯାଏ ଚାଲିବ ଖାତା ଦେଖା। ଆସନ୍ତା ୧୦ ଦିନ ମଧ୍ୟରେ ଖାତା ଦେଖା ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଖାତା ଦେଖା କେନ୍ଦ୍ରକୁ ନିରୀକ୍ଷକଙ୍କକୁ ମୋବାଇଲ ନେବାକୁ ବାରଣ କରାଯାଇଛି। ତେବେ ନଭେମ୍ବର ୨୩ରୁ ସମ୍ମେଟିଭ-୧ ପରୀକ୍ଷା ଆରମ୍ଭ ହୋଇ ୩୦ ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ଚଳିତ ବର୍ଷ ପ୍ରାୟ ୫ ଲକ୍ଷ ୪୦ ହଜାର ୭୧୨ ଜଣ ପରୀକ୍ଷାର୍ଥୀ ୩୦୨୯ କେନ୍ଦ୍ରରେ ପରୀକ୍ଷା ଦେଇଥିଲେ। ପରୀକ୍ଷାକୁ ସୁରୁଖୁରୁରେ କରିବା ପାଇଁ ବୋର୍ଡ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଥିଲା।

Comments are closed.