ମାଟ୍ରିକ ଅଫଲାଇନ ପରୀକ୍ଷା ନେଇ ଆଜି ମନ୍ତ୍ରୀ ସମୀର ଦାଶଙ୍କ ସୂଚନା

ଭୁବନେଶ୍ୱର : ମାଟ୍ରିକ ଅଫଲାଇନ ପରୀକ୍ଷା ନେଇ ଆଜି ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ଯେଉଁମାନେ ମାର୍କିଂରେ ଅସନ୍ତୁଷ୍ଟ ସେମାନେ ପରୀକ୍ଷା ଦେଇ ପାରିବେ। ଅଫଲାଇନ ପରୀକ୍ଷା ପାଇଁ ଜୁଲାଇ ୫ ରୁ ୧୪ ମଧ୍ୟରେ ଫର୍ମ ପୂରଣ ହେବ। ଜୁଲାଇ ୩୦ ରୁ ଅଗଷ୍ଟ ୫ ମଧ୍ୟରେ ପରୀକ୍ଷା ପାଇଁ ପ୍ରସ୍ତୁତି କରାଯିବ। ପରୀକ୍ଷାର ୧୫ ଦିନ ମଧ୍ୟରେ ପରୀକ୍ଷାଫଳ ପ୍ରକାଶ ପାଇଁ ଚେଷ୍ଟା କରାଯିବ। ୩୦% ସିଲାବସ ହ୍ରାସ ହୋଇଥିବାରୁ ୭୦% ମଧ୍ୟରେ ପରୀକ୍ଷା ହେବ ବୋଲି ମନ୍ତ୍ରୀ କହିଛନ୍ତି। ଚଳିତ ବର୍ଷ ମାଟ୍ରିକ ପରୀକ୍ଷାଫଳ ପ୍ରକାଶ ପାଇବା ପରେ ମୂଲ୍ୟୟାନରେ ଅନେକ ଛାତ୍ରଛାତ୍ରୀ ଅସନ୍ତୁଷ୍ଟ ପ୍ରକାଶ କରିଥିଲେ। ଏହାପରେ ଅଫଲାଇନ ପରୀକ୍ଷା କରାଯିବା ନେଇ ଫର୍ମ ପୂରଣ ସହ ପରୀକ୍ଷା ନେଇ ଘୋଷଣା କରାଯାଇଛି। ଏହାସହ କରୋନା ପାଇଁ ଚଳିତ ବର୍ଷ ରାଜ୍ୟସରକାର ପରୀକ୍ଷା ଫି ଛାଡ କରିଛନ୍ତି।

 

Comments are closed.