ବିଳମ୍ବିତ ହେବ ମାଟ୍ରିକ ଓ ଯୁକ୍ତ ୨ ପରୀକ୍ଷା – ମନ୍ତ୍ରୀ ସମୀର ଦାଶ

ଭୁବନେଶ୍ୱର : ମାଟ୍ରିକ ଓ ଯୁକ୍ତ ୨ ପରୀକ୍ଷା ବିଳମ୍ବିତ ହେବ। ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ସର୍ବନିମ୍ନ ୩ ମାସ ପାଠ ପଢାଯିବା ପରେ ପରୀକ୍ଷା ହେବ। ସର୍ବଭାରତୀୟ ସ୍ତରରେ ବନ୍ଦ ନିଷ୍ପତ୍ତି ନହେଲେ ପରୀକ୍ଷା ହେବ। ଡିସେମ୍ବର ୩୧ ପରେ ସ୍କୁଲ ଖୋଲିବା ବାବଦରେ ମଧ୍ୟ ନିଷ୍ପତ୍ତି ନିଆଯିବ। ଦଶମ ଓ ଦ୍ୱାଦଶ ପିଲା ସ୍କୁଲ ଯିବା ନେଇ ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି। ଚଳିତ ବର୍ଷ କରୋନା କଟକଣା ଓ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖାଯାଇଛି। ଅନଲାଇନ ଶିକ୍ଷା ବ୍ୟବସ୍ଥା ଅଧିକାଂଶ ସ୍ଥାନରେ ସଫଳ ନ ହୋଇଥିବାରୁ ଓ ବିଦ୍ୟାର୍ଥୀ ତଥା ଅଭିଭାବକଙ୍କ ପ୍ରତି ଦୃଷ୍ଟି ରଖି ଏଭଳି ନିଷ୍ପତ୍ତି ନିଆଯାଇଛି।

Comments
Loading...