ଆଉ ୧୦ ଜଣ କରୋନା ପଜିଟିଭ୍ : ଆକ୍ରାନ୍ତଙ୍କ ସଂଖ୍ୟା ୨୧୯କୁ ବୃଦ୍ଧି

ଗୋଟିଏ ଦିନରେ ସର୍ବାଧିକ ୩୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ ଆଉ ୧୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଗଞ୍ଜାମ ଜିଲାରେ ୭ଜଣ ସଂକ୍ରମିତ ହୋଇଥିବା ବେଳେ ୩ ଜଣ ଭୁବନେଶ୍ଵରରୁ ଚିହ୍ନଟ ହୋିଛନ୍ତି । ଏଥିସହହିତ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୧୯କୁ ବୃଦ୍ଧି ପାଇଛି । ଫଳରେ ଗୁରୁବାର ଗୋଟିଏ ଦିନରେ ରାଜ୍ୟରୁ ସର୍ବାଧିକ ୩୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଫଳରେ ଏବେ ୧୫୫ ଜଣ କରୋନା ଆକ୍ରାନ୍ତ ବିଭିନ୍ନ କୋବିଡ-୧୯ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ୬୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଏବଂ ୨ଜଣଙ୍କର ମୃତ୍ୟୁ ଘଟିଛି।

ଗୁରୁବାର ଗଞ୍ଜାମରୁ ସର୍ବାଧିକ ୨୪, ମୟୂରଭଞ୍ଜରୁ ୪, ଭୁବନେଶ୍ବରରୁ ୩, ବାଲେଶ୍ବରରୁ ୨ ଓ ଜଗତସିଂହପୁରରୁ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଗୋଟିଏ ଦିନରେ ଗଞ୍ଜାମରୁ ସର୍ବାଧିକ ୨୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ସରକାର ତଥା ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି । ଗଞ୍ଜାମ ଏବେ ରାଜ୍ୟର ନୂଆ କରୋନା ହଟସ୍ପଟ ପାଲଟିଛି।

Comments are closed.