ଆଉ ୧୦ ଜୀବନ ନେଲା କରୋନା, ୩୭୨ରେ ପହଞ୍ଚିଲା ରାଜ୍ୟର ମୋଟ୍ ମୃତ୍ୟୁ ସଂଖ୍ୟା

ଭୁବନେଶ୍ଵର : ରାଜ୍ୟରୁ ଆଜି ଆଉ ୧୦ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଆଜି ମୃତ୍ୟୁ ବରଣ କରିଥିବା ୧୦ ଜଣ ମୃତକଙ୍କୁ ମିଶାଇ ରାଜ୍ୟର ମୋଟ ମୃତ୍ୟୁ ସଂଖ୍ୟା ୩୭୨କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।


ବୁଧବାର ମୃତ୍ୟୁବରଣ କରିଥିବା  ୧୦ ମୃତକଙ୍କ ମଧ୍ୟରୁ ଗଞ୍ଜାମ ଜିଲାରୁ ୪ ଜଣ ରହିଥିବା ବେଳେ  ଖୋର୍ଦ୍ଧା, ସୁନ୍ଦରଗଡ ଜିଲାରୁ ୨ ଜଣ ଲେଖାଏଁ ରହିଛନ୍ତି। ସେହିପରି ବରଗଡ, ଭଦ୍ରକ ଜିଲାରୁ ଜଣେ ଲେଖାଏଁ ମୃତକ ରହିଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.