ଆସନ୍ତାକାଲି ଚନ୍ଦ୍ରଗ୍ରହଣ : ଓଡ଼ିଶାରେ ପାଳନୀୟ ନୁହେଁ

ଭୁବନେଶ୍ବର : ଆସନ୍ତାକାଲି ଚନ୍ଦ୍ରଗ୍ରହଣ । ଶୁକ୍ରବାର ରାତି ୧୦ଟା ୩୭ରୁ ଚନ୍ଦ୍ର ଗ୍ରହଣ ଆରମ୍ଭ ହେବ ଏବଂ ଏହା ଭୋର ୨ଟା ୪୨ ମିନିଟରେ ସର୍ବ ମୋକ୍ଷ ହେବ । ଏହା ଚଳିତ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ହେବ। ମାତ୍ର ଏହା ଓଡ଼ିଶାରେ ସଂପୂର୍ଣ୍ଣ ଦୃଶ୍ୟମାନ ହେବ ନାହିଁ। ଆସନ୍ତାକାଲି ଚନ୍ଦ୍ରଗ୍ରହଣ ପଞ୍ଜିକାରେ ଉଲ୍ଲେଖ ନଥିବାରୁ ଚନ୍ଦ୍ର ଗ୍ରହଣ ଓଡ଼ିଶାରେ ସଂପୂର୍ଣ୍ଣ ଦୃଶ୍ୟମାନ ହେବ ନାହିଁ। ତେଣୁ ଆସନ୍ତାକାଲି ଓଡ଼ିଶାରେ ଚନ୍ଦ୍ର ଗ୍ରହଣ ପାଳନୀୟ ନୁହେଁ। ତେବେ କାଲିର ଚନ୍ଦ୍ରଗ୍ରହଣ ପାଇଁ ମଧ୍ୟ ଶ୍ରୀମନ୍ଦିରରେ ସ୍ଵତନ୍ତ୍ର ନୀତି ପାଳନ କରାଯିବ ନାହିଁ। କାଲି ମଧ୍ୟ ଗ୍ରହଣ ନେଇ ସ୍ବତନ୍ତ୍ର ନୀତି ପାଳନ ହେବ ନାହିଁ।

Comments are closed.