ବରିଷ୍ଠ ନାଗରିକଙ୍କ ଟିକାକରଣ ଛୁଇଁବ ୧୦ଲକ୍ଷ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ପକ୍ଷରୁ ଚଳିତମାସ ପହିଲାରୁ ବରିଷ୍ଠ ନାଗରିକଙ୍କ ଟିକାକରଣ ଆରମ୍ଭ ହୋଇଥିବାବେଳେ ଏବେ ସେମାନଙ୍କ ସଂଖ୍ୟା ୧୦ଲକ୍ଷ ଛୁଇଁବାକୁ ଯାଉଛି। ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମକୁ ବ୍ୟାପକ କରାଯିବ ବୋଲି ସ୍ବାସ୍ଥ୍ୟବିଭାଗ ଅତିରିକ୍ତ ମୁଖ୍ୟଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି।
ଶ୍ରୀ ମହାପାତ୍ରଙ୍କ ସୂଚନା ଅନୁଯାୟୀ ଜାନୁଆରୀ ୧୬ରୁ ରାଜ୍ୟରେ ଆରମ୍ଭ ହୋଇଥିବା ଟିକାକରଣ କାର୍ଯ୍ୟକ୍ରମରେ ଏବେ ସୁଦ୍ଧା ୧୮ଲକ୍ଷ ୮୧ହଜାର ୯୦୬କୁ ଛୁଇଁଛି। ଏଥିରେ ୩ଲକ୍ଷ ୯ହଜାର ୩୩୫ ସ୍ବାସ୍ଥ୍ୟକର୍ମୀ ପ୍ରଥମ ଡୋଜ ନେଇସାରିଲେଣି। ସେମାନଙ୍କ ଟିକାକରଣ ହାର ୯୨.୪ ପ୍ରତିଶତରେ ପହଞ୍ଚିଥିବାବେଳେ କୋଭିଡ଼ ଯୋଦ୍ଧାଙ୍କ ଟିକାକରଣ ସଂଖ୍ୟା ୮୦.୫ ପ୍ରତିଶତ ଛୁଇଁଛି। ଇତିମଧ୍ୟରେ ୧ଲକ୍ଷ ୮୦ ୫୪୩ କୋଭିଡ଼ ଯୋଦ୍ଧା ପ୍ରଥମ ଡୋଜ ଏବଂ ୧ଲକ୍ଷ ୨୪ହଜାର ୩୪୧ ଦ୍ବିତୀୟ ଡୋଜ ନେଇଥିବାବେଳେ ୨ଲକ୍ଷ ୪୯ହଜାର ୨୪୫ ସ୍ବାସ୍ଥ୍ୟକର୍ମୀ ଦ୍ବିତୀୟ ଡୋଜ ନେଇସାରିଲେଣି। ଅନ୍ୟପକ୍ଷରେ ଆଜି ସୁଦ୍ଧା ଜଟିଳ ରୋଗୀଙ୍କ ଟିକାକରଣ ସଂଖ୍ୟା ୫୪ହଜାର ୨୮୧ ଥିବାବେଳେ ବରିଷ୍ଠ ନାଗରିକଙ୍କ ସଂଖ୍ୟା ୯ଲକ୍ଷ ୬୪ ହଜାର ୧୬୧ରେ ପହଞ୍ଚିଛି।

Comments are closed.