ଗ୍ୟାସ ଏଜେନ୍ସି କର୍ମଚାରୀଙ୍କୁ ମାରଣାସ୍ତ୍ରରେ ହାଣି ୧୦ ଲକ୍ଷ ୮୦ ହଜାର ଲୁଟ୍‌

ତିହିଡି: ଭଦ୍ରକ ଜିଲା ତିହିଡି ବ୍ଲକ ଅନ୍ତର୍ଗତ ଜିଝାରପୁର ରେଳ ଲାଇନ ନିକଟରୁ ଏକ ଗ୍ୟାସ ଏଜେନ୍ସିର ଜଣେ କର୍ମଚାରୀଙ୍କୁ ଦୁର୍ବୃତ୍ତମାନେ ମରାଣାସ୍ତ୍ରରେ ହାଣି ୧୦ ଲକ୍ଷ ୮୦ ହଜାର ଟଙ୍କା ଲୁଟି ନେଇଛନ୍ତି। ଏ ସମ୍ପର୍କରେ ଥାନାରେ ଅଭିଯୋଗ ହେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁସାରେ, ପାଳିଆବିନ୍ଧା ରାଉତ ଗ୍ରାମୀଣ ଗ୍ୟାସ ଏଜେନ୍ସିରେ କାମ କରୁଥିବା ବୋଡ଼କ ପଞ୍ଚାୟତର ପ୍ରମୋଦ ଭଞ୍ଜ ଟଙ୍କା ନେଇ ତିହିଡି ୟୁକୋ ବ୍ୟାଙ୍କକୁ ଯାଉଥିବାବେଳେ ୩ ଜଣ ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ କରିଥିଲେ। ଦୁର୍ବୃତ୍ତମାନେ ଏକ ନମ୍ବର ବିହୀନ ଆପାଚି ବାଇକରେ ଆସି ପ୍ରମୋଦଙ୍କୁ ଆକ୍ରମଣ କରି ଟଙ୍କା ଲୁଟି ନେଇଥିଲେ।

Comments are closed.