ଆସାମରେ ଟ୍ରକ-ଅଟୋରିକ୍ସା ଧକ୍କା; ୧୦ ମୃତ

ଗୁଆହାଟି: ଆସାମରେ ବୁଧବାର ଦିନ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୦ ଜଣଙ୍କର ପ୍ରାଣହାନି ଘଟିଛି । ରାଜ୍ୟର ପଥରଖଣ୍ଡି ନିକଟ ବଇତାଖାଲ ଠାରେ ଏକ ଟ୍ରକ ଓ ଅଟୋରିକ୍ସା ମଧ୍ୟରେ ମୁହାଁମୁହିଁ ଧକ୍କା ଲାଗିବା ଫଳରେ ଅଟୋ ରିକ୍ସାରେ ଯାଉଥିବା୧୦ ଜଣଙ୍କର ଶୋଚନୀ ଭାବରେ ମୃତ୍ୟୁ ଘଟିଛି । ଦୁର୍ଘଟଣାରେ ଅଟୋରିକ୍ସା ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଛି । ଅଟୋ ରିକ୍ସାରେ ଥିବା ସମସ୍ତ ଯାତ୍ରୀ ଛଟ୍‌ ପୂଜା ପାଇଁ ଯାଉଥିବା ଜଣାଯାଇଛି । ଟ୍ରକ ଡ୍ରାଇଭର ଦୁର୍ଘଟଣା ପରେ ସେଠାରୁ ଫେରାର ହୋଇଯାଇଥିଲା । ତାଙ୍କୁ ଆସାମ ପୁଲିସ ଖୋଜିବା ଆରମ୍ଭ କରିଛି ବୋଲି ରାଜ୍ୟ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି ।

Comments are closed.