ଜୁଆ ଆଡ୍ଡାରେ ଚଢ଼ାଉ, ୧୦ ଗିରଫ

ଛତ୍ରପୁର: ଆସିକା ପୁଲିସ ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ୧୦ ଜୁଆଡିଙ୍କୁ ଗିରଫ କରିଛି। ଆସିକା ଋଷିକୁଲ୍ୟା ନଦୀ ନିକଟ ସୁବନେଶ୍ୱରୀ ମନ୍ଦିର ନିକଟରେ ଏକ ବଡ଼ ଧରଣର ଜୁଆ ଆଡ୍ଡା ଚାଲିଥିବା ନେଇ ପୁଲିସ ଖବର ପାଇ ଚଢ଼ାଉ କରିଥିଲା।

ଘଟଣାସ୍ଥଳରୁ ପୁଲିସ ୧ ଲକ୍ଷ ୪୧ ହଜାର ଟଙ୍କା ଜବତ କରିବା ସହିତ ୧୦ ଜଣଙ୍କୁ ଗିରଫ କରିଥିଲା। ଏହା ସହିତ ୧୦ଟି ଗାଡ଼ି ଓ ମୋବାଇଲ୍‌ ଫୋନ ମଧ୍ୟ ଜବତ ହୋଇଥିଲା।

Comments are closed.