ଦୁର୍ନୀତି ମାମଲାରେ ସାର୍କୋଜିଙ୍କୁ ବର୍ଷେ କାରାଦଣ୍ଡାଦେଶ

ପ୍ୟାରିସ୍ : ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ନିକୋଲାସ୍ ସାର୍କୋଜି ଅନ୍ୟୂନ ଏକ ବର୍ଷ କାରାଦଣ୍ଡାଦେଶ ହୋଇଛି। ୨୦୦୭ରୁ ୨୦୧୨ ପର୍ଯ୍ୟନ୍ତ ରାଷ୍ଟ୍ରପତି ଥିବା ସମୟରେ ଦୁର୍ନୀତି, ନିର୍ବାଚନ ପ୍ରଚାର ସଂସ୍ଥାକୁ ସରକାରୀ ଗୋପନୀୟ ତଥ୍ୟ ପ୍ରଦାନ ଓ ବିଚାରପତିଙ୍କୁ ଲାଞ୍ଚ ଦେବା ଅଭିଯୋଗ ନେଇ ୬୬ବର୍ଷୀୟ ସାର୍କୋଜିଙ୍କ ବିରୋଧରେ ବିଚାର ଚାଲିଥିଲା। ଶୁଣାଣିବେଳେ ସାର୍କୋଜି ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ଅସ୍ବୀକାର କରିଚାଲିଛନ୍ତି। ଏହି ମାମଲାରେ ତାଙ୍କୁ ୪ବର୍ଷ କାରାଦଣ୍ଡାଦେଶ ହେବାର ସମ୍ଭାବନା ଥିଲା। କାରାଦଣ୍ଡ ଭୋଗିବାରେ ଆଧୁନିକ ଫ୍ରାନ୍ସ ଇତିହାସରେ ଜଣେ ପୂର୍ବତନ ରାଷ୍ଟ୍ରମୁଖ୍ୟ ଭାବେ ସେ ପ୍ରଥମ ହେବେ। ସାର୍କୋଜିଙ୍କ ପୂର୍ବରୁ ପୂର୍ବତନ ରାଷ୍ଟ୍ରପତି ଜାକ୍ ସିରାକ ତାଙ୍କ ବିରୋଧରେ ଆଗତ ଦୁର୍ନୀତି ମାମଲାର ଶୁଣାଣି ସାମ୍ନା କରିଥିଲେ; ଅବଶ୍ୟ ସେ ପ୍ୟାରିସ୍ର ମେୟର ଥିବାବେଳେ ଦୁର୍ନୀତି ଅଭିଯୋଗ ହୋଇଥିଲା। ଏଥିରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ ମଧ୍ୟ ଜୋରିମାନା ଦାଖଲ କରି କାରାଦଣ୍ଡରୁ ଖସିଥିଲେ।