ସାଂସଦ ପରିଚୟ ଦେଇ ସଂସଦ ଭବନରେ ପଶିବାକୁ ଉଦ୍ୟମ, ସନ୍ଦିଗ୍ଧଙ୍କୁ ଉଠାଇନେଲା ପୁଲିସ

ନୂଆଦିଲ୍ଲୀ: ସାଂସଦଙ୍କ ପରିଚୟ ଦେଇ ସଂସଦ ଭବନ ଭିତରେ ପ୍ରବେଶ କରିବାକୁ ଉଦ୍ୟମ କରୁଥିବା ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ପୁଲିସ ସୋମବାର ଉଠାଇ ନେଇଛନ୍ତି। ସୁରକ୍ଷା କର୍ମୀମାନେ ଉକ୍ତ ବ୍ୟକ୍ତିଙ୍କୁ ଧରି ଦିଲ୍ଲୀ ପୁଲିସକୁ ହସ୍ତାନ୍ତର କରିଛନ୍ତି। ପୁଲିସ ତାଙ୍କୁ ଥାନା​‌ରେ ଅଟକ ରଖି କ’ଣ ପାଇଁ ସଂସଦ ଭିତରକୁ ପଶିବାକୁ ଉଦ୍ୟମ କରୁଥିଲେ ସେନେଇ ପଚରାଉଚରା କରୁଛି।

ଅଟକ ବ୍ୟକ୍ତି ଜଣକ ସଂସଦ ଭିତରକୁ ଧସେଇ ପଶିବା ସମୟରେ ସୁରକ୍ଷା କର୍ମୀମାନେ ତାଙ୍କୁ ଅଟକାଇଥିଲେ। ସେ ପ୍ରଥମେ ନିଜକୁ ସାଂସଦ ପରିଚୟ ଦେଇଥିଲେ। ପରେ ସେ ପୂର୍ବତନ ସାଂସଦ ବୋଲି କହିଥିଲେ। ଏଥିରେ ସୁରକ୍ଷାକର୍ମୀଙ୍କୁ ସନ୍ଦେହ ହେବାକୁ ତାଙ୍କୁ ଧରି ପୁଲିସ ଜିମା ଦେଇଥିଲେ। ଏହି ସନ୍ଦିଗ୍ଧ ବ୍ୟକ୍ତିଙ୍କ ନାମ ବରୁଣ ମାଥୁର ବୋଲି ଜଣାପଡ଼ିଛି। ତାଙ୍କ ବୟସ ୩୯ ବର୍ଷ। ଦିଲ୍ଲୀର ଜନକପୁରୀରେ ସେ ରହୁଛନ୍ତି। ସ୍ଥାନୀୟ ପୁଲିସ ସମେତ ଦିଲ୍ଲୀ ପୁଲିସର ଏକ ସ୍ବତନ୍ତ୍ର ଟିମ୍‌ ଏବଂ ଗୁଇନ୍ଦା ବ୍ୟୁରୋର ଏକ ଟିମ୍‌ ତାଙ୍କୁ ପଚରାଉଚରା କରୁଛି। ସୂଚନାଯୋଗ୍ୟ, ୧୮ବର୍ଷ ତଳେ ୨୦୧୧ ଡିସେମ୍ବର ୧ରେ ସଂସଦ ଉପରେ ଆକ୍ରମଣ ହୋଇଥିଲା।

Comments are closed.