ଵୁର୍ଲା ଭିମସାରେ ପୁଣି ଜଣେ କରୋନା ପଜିଟିଭ ରୋଗୀ ଭର୍ତ୍ତି

ବୁର୍ଲା: ଭିମସାର ମେଡ଼ିସିନ ଵିଭାଗର ଷଷ୍ଠ ୟୁନିଟରେ ଚିକିତ୍ସିତ ହେଉଥିବା ଵୁର୍ଲାର ଜନୈକ ୩୭ ବର୍ଷୀୟ ମହିଳା ଭୁବନେଶ୍ୱର ଆପୋଲୋ ହସପିଟାଲରେ କୋଭିଡ଼ ପଜିଟିଭ ଚିହ୍ନଟ ହୋଇଛନ୍ତି। ମହିଳା ଜଣକ ବୁର୍ଲା ୧-ଆର କଲୋନୀର ବାସିନ୍ଦା। ସେପଟେ ମହିଳାଙ୍କୁ କୋଭିଡ଼ ଜଣା ପଡ଼ିବା ପରେ ଭିମସାରର ମେଡ଼ିସିନ ଵିଭାଗରେ ଅଭାଵନିୟ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରାରମ୍ଭିକ ଭାବରେ ଡ଼ାକ୍ତର ଓ ସେବିକା ସମେତ ୧୫ ଜଣଙ୍କୁ କ୍ଵାରେଣ୍ଟିନରେ ରଖାଯାଇଛି। ସେପଟେ ମହିଳାଙ୍କ ସ୍ଵାମୀ ଵୁର୍ଲା ମହାନଗର ନିଗମ ଶାଖାର କର୍ମଚାରୀ ହୋଇ ଥିବା ଵେଳେ ସେ ଗତ ତିନି ଦିନ ତଳେ ଶାଖାକୁ ଆସିଥିବାରୁ ଵୁର୍ଲା ଶାଖାକୁ ସଟଡାଉନ କରି ଦିଆଯାଇଛି। ବୁର୍ଲା ମହାନଗର ନିଗମ ଶାଖାକୁ ସାନିଟାଇଜ କରାଯିବା ବ୍ୟବସ୍ଥା ମଧ୍ୟ ଚାଲିଛି।

Comments are closed.