ଦିନ ୧ଟା ସୁଦ୍ଧା ମୁଖ୍ୟ ସମ୍ବାଦ (୬ମେ’୨୦୨୧)

ଦେଶ ଖବର
– ନୂଆଦିଲ୍ଲୀ :
ନଭେମ୍ବରରେ ଆସିପାରେ କରୋନାର ୩ୟ ତରଙ୍ଗ, ଯୁବପିଢ଼ି ହୋଇପାରନ୍ତି ଅଧିକ ପ୍ରଭାବିତ; ନଭେମ୍ବର ମାସ ବେଳକୁ ମହାମାରୀର ୩ୟ ତରଙ୍ଗ ଆସିପାରେ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରିଛନ୍ତି। ୩ୟ ତରଙ୍ଗ ଆସିବ ବୋଲି ବିଶେଷଜ୍ଞମାନେ ନିଶ୍ଚିତ ଅଛନ୍ତି, କିନ୍ତୁ କେବେ ସୁଦ୍ଧା ଆସିବ ସେନେଇ କିଛି ସ୍ପଷ୍ଟ ହୋଇପାରି ନାହିଁ
କାନପୁର : କାନପୁରରେ କରୋନାରେ ହୋଇଥିବା ମୃତ୍ୟୁକୁ ନେଇ ତଥ୍ୟ ସଠିକ ଭାବେ ମିଳୁନଥିବା ଜଣାପଡିଛି। ବୁଧବାର କରୋନାର ମୃତ୍ୟୁ ସଂଖ୍ୟା ୬୭ ରହିଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ ତଥ୍ୟ ଅନୁଯାୟୀ, ୨୪ ଘଣ୍ଟାରେ ୧୧ ଜଣଙ୍କର ମୃତ୍ୟୁ ହୋଇଛି
ମୁମ୍ବଇ: କରୋନାର ଶିକାର ହୋଇ ଆଖି ବୁଜିଲେ ଆଉ ଜଣେ ଅଭିନେତ୍ରୀ। ‘ଛିଛୋରେ’ ଚଳଚ୍ଚିତ୍ରରେ ଅଭିନୟ କରିଥିବା ଅଭିଳାଷା ପାଟିଲଙ୍କର କୋଭିଡ଼୍-୧୯ ସଂକ୍ରମଣ ଯୋଗୁଁ ଦେହାନ୍ତ ହୋଇଥିବା ସୂଚନା ମିଳିଛି। ୪୭ ବର୍ଷିୟା ଅଭିଳାଷା ଅନେକ ହିନ୍ଦୀ ଓ ମରାଠୀ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି
ରାଜ୍ୟ ଖବର
ଭୁବନେଶ୍ୱର :
କରୋନା ପରିଚାଳନା ପାଇଁ ୩ ଜିଲାକୁ ୭.୬୨ କୋଟି ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ; ପୁରୀ ପାଇଁ ୨ କୋଟି, ସୁବର୍ଣ୍ଣପୁର ପାଇଁ ୧ କୋଟି , ସମ୍ବଲପୁର ପାଇଁ ୪ କୋଟି ୬୨ ଲକ୍ଷ ମଞ୍ଜୁର
ଭୁବନେଶ୍ୱର :
ତାତ୍ରିରୁ ମିଳିବ ଆଶ୍ୱସ୍ତି ; ରାଜ୍ୟରେ କେତେକ ସ୍ଥାନରେ କାଳବୈଶାଖୀ ସମ୍ଭାବନା ; ୧୩ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି
କଟକ : ଏସସିବି ମେଡିକାଲ ସଂପ୍ରସାରଣ ଯୋଜନା ନେଇ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ପୂର୍ତ୍ତବିଭାଗ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି

 

Comments are closed.