ଦିନ ୧ଟାର ମୁଖ୍ୟ ଖବର

ଆସନ୍ତା ୧୩ ଓ ୧୭ରେ ଦୁଇଟି ଲଘୁଚାପ ସୃଷ୍ଟି ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ..  ୨୦ ଯାଏଁ ପ୍ରବଳ ବର୍ଷା ସମ୍ଭାବନା

ଆଜି ଅପରାହ୍ଣରେ ରାଜ୍ୟ କ୍ୟାବିନେଟ୍ ବୈଠକ .. ହୋଇପାରେ ୮ଟି ବିଭାଗର ପ୍ରସ୍ତାବ ପାରିତ..

ଜିମ୍ବାୱେ ବିପକ୍ଷ ଦିନିକିଆ ଶୃଙ୍ଖଳା ପାଇଁ ଭାରତୀୟ ଦଳ ଘୋଷିତ: ରାହୁଲ ଅଧିନାୟକ, ଧାୱନ ଉପଅଧିନାୟକ..

ସ୍ବାଧୀନତା ଦିବସ ଅବସରରେ ସାହସିକତା ପାଇଁ ୯ ଜଣଙ୍କୁ ପୁଲିସ ପଦକ, ବିଶିଷ୍ଟ ସେବା ପାଇଁ ୨ ଜଣଙ୍କୁ ରାଷ୍ଟ୍ରପତି ପୁଲିସ ପଦକ ଏବଂ ଉଲ୍ଲେଖନୀୟ ସେବା ପାଇଁ ୧୧ଜଣଙ୍କୁ ମିଳିବ ପଦକ

ଆଜି ସାରା ରାଜ୍ୟରେ ୧ରୁ ୧୯ ବର୍ଷ ବୟସ୍କ ପିଲାଙ୍କୁ ମାଗଣାରେ ବଣ୍ଟାଯିବ କୃମିନାଶକ ଔଷଧ

ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୫୮୩ ନୂଆ ସଂକ୍ରମିତ ..  ଜନ୍ମରୁ ୧୮ ବର୍ଷ ମଧ୍ୟରେ ୧୨୬,ସଙ୍ଗରୋଧରୁ ୩୪୦,ସ୍ଥାନୀୟ ୨୪୩..

ଆଜି ବିଶ୍ୱ ହସ୍ତୀ ଦିବସ ; ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ହସ୍ତୀ ଦିବସ ପାଳିତ , ହାତୀଙ୍କୁ ଦିଆଗଲା ବିଭିନ୍ନ ପ୍ରକାର ଫଳମୂଳ, ମାହୁନ୍ତ ମାନଙ୍କୁ କରାଗଲା ସମ୍ବର୍ଦ୍ଧିତ..

ମୟୁରଭଞ୍ଜ : ମୟୁରଭଞ୍ଜରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ; ୨ଟି ପ୍ରମୁଖ ଜଳ ସେଚନ ପ୍ରକଳ୍ପର କରିବେ ଶୁଭାରମ୍ଭ

ହୀରାକୁଦ : ଉପରମୁଣ୍ଡରେ ଅଧିକ ବର୍ଷା ; ଖୋଲିଲା ହୀରାକୁଦର ଆଉ ୬ଟି ଗେଟ ; ମୋଟ ୨୦ଟି ଗେଟ୍‍ ଦେଇ ଜଳ ନିଷ୍କାସନ ଆରମ୍ଭ
ପୁରୀ : ଆଜି ଶ୍ରୀମନ୍ଦିରର ବଡ ଠାକୁରଙ୍କ ଜନ୍ମୋତ୍ସବ ; ଦୁଇ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧିବେ ଭଉଣୀ ସୁଭଦ୍ରା ; ବାସୁଙ୍ଗା ପାଟରେ ୨ଟି ଲେଖାଏଁ ୪ଟି ବଡ ରାକ୍ଷୀ ପ୍ରସ୍ତୁତ ହୋଇଛି

ଦେଶରେ ୧୬,୫୬୧ ନୂଆ ଆକ୍ରାନ୍ତ ; ଆରୋଗ୍ୟ ହାର ୯୮.୫୩%.. ସଂକ୍ରମଣର ହାର ୫.୪୪ ପ୍ରତିଶତରେ ପହଞ୍ଚିଛି; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୪୨,୨୩,୫୫୭କୁ ବୃଦ୍ଧି

Comments are closed.