ଗୁଟଖା କାରଖାନାରେ ଅଗ୍ନିକାଣ୍ଡ ;୨୫ ଆହତ

ସମ୍ବଲପୁର : ସମ୍ବଲପୁର ଜିଲା ଶରଧାପାଲି ଅଞ୍ଚଳରେ ଏକ ଗୁଟଖା କାରଖାନାରେ ଅଗ୍ନିକାଣ୍ଡ ହୋଇଥିବା ନେଇ ଆଜି ଖବର ମିଳିଛି। ଏଥିରେ ୨୫ ଜଣ ଆହତ ହୋଇଛନ୍ତି। ସଭିଁଙ୍କୁ ଉଦ୍ଧାର କରାଯାଇ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇଁ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟ ଜାରି ରଖିଛନ୍ତି। ଅଗ୍ନିଶମ କର୍ମଚାରୀ କାରଖାନାରୁ ଅନ୍ୟ ମାନଙ୍କୁ ଉଦ୍ଧାର କରିବା କାର୍ଯ୍ୟ ଜାରି ରଖିଛନ୍ତି। ମାତ୍ର ପ୍ରବଳ ଧୂଆଁ ଯୋଗୁଁ ଉଦ୍ଧାର କାର୍ଯ୍ୟରେ ସମସ୍ୟା ସୃଷ୍ଟି ହେଉଛି ବୋଲି ଜଣାପଡିଛି। ମାତ୍ର ଅଗ୍ନିକାଣ୍ଡର କାରଣ ନେଇ ଏଯାଏଁ କୌଣସି ସୂଚନା ମିଳିନାହିଁ। ପ୍ରଥରେ ଏଥିରେ ୧୦ ରୁ ଅଧିକ  ଜଣ ଆହତ ହୋଇଥିଲେ ବୋଲି ପ୍ରାର୍ଥମିକ ତଦନ୍ତରୁ ଜଣାପଡିଥିଲା।

Comments are closed.