ସୁକମା ଏନକାଉଣ୍ଟରରେ ଜଣେ ମାଓବାଦୀ ମୃତ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲା ଅନ୍ତର୍ଗତ ଚିନ୍ତଗୁମ୍ଫାରେ ରବିବାର ପୁଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଏଥିରେ ଜଣେ ମାଓବାଦୀର ମୃତ୍ୟୁ ଘଟିବା ସହ ଗୋଟିଏ ବନ୍ଧୁକ ଓ କିଛି ବିସ୍ଫୋରକ ଜବତ କରାଯାଇଛି। ଏନେଇ ସୁକମା ଏସପି ସୁନୀଲ ଶର୍ମା ସୂଚନା ଦେଇଛନ୍ତି। ସିଆରପିଏଫ୍, ଡିଆରଜି ଓ ଏସଟିଏଫ୍ ଯବାନଙ୍କ ମିଳିତ କମ୍ବିଂ ଅପରେସନ ଚାଲିଥିବା ବେଳେ ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଥିଲା।

Comments are closed.