ମାସ୍କ ନ ପିନ୍ଧିଲେ ୧ ଲକ୍ଷ ଜରିମାନା, ୨ ବର୍ଷ ଜେଲ୍‌

କରୋନା ଭୂତାଣୁ ମୁକାବିଲା ପାଇଁ ସରକାର ଲାଗୁ କରିଥିବା ନିୟମ ପାଳନ ନ କଲେ ଏଣିକି ଲୋକଙ୍କୁ ମହଙ୍ଗା ପଡ଼ିବ। ବିଶେଷ କରି ମାସ୍କ ନ ପିନ୍ଧିଲେ ୧ ଲକ୍ଷ ଟଙ୍କା ଜରିମାନା ଦେବାକୁ ହେବ। ଏହା ସହିତ ନିମୟ ଉଲ୍ଲଂଘନକାରୀଙ୍କୁ ୨ ବର୍ଷ ପର୍ଯ୍ୟନ୍ତ ଜେଲ୍‌ ଦଣ୍ଡ ମିଳିପାରେ ବୋଲି ଝାଡ଼ଖଣ୍ଡ  ସରକାର ନିଷ୍ପତ୍ତି ନେଇଛନ୍ତି। ଗୁରୁବାର ଝାଡ଼ଖଣ୍ଡ କ୍ୟାବିନେଟ୍‌ରେ ଏହି ନିୟମକୁ ମଞ୍ଜୁରୀ ମିଳିଛି।

ରାଜ୍ୟ ସରକାର ଏହି ନିୟମ ଆଣିବା ପରେ ରାଜ୍ୟରେ ଲୋକଙ୍କ ମନରେ ଭୟ ରହିବ ଏବଂ ସେମାନେ ନିୟମ ପାଳନ କରି କରୋନା ମୁକାବିଲାରେ ସହଯୋଗ କରିବେ ବୋଲି କୁହାଯାଉଛି। ଝାଡ଼ଖଣ୍ଡରେ ବର୍ତ୍ତମାନ ସୁଦ୍ଧା ୬ ହଜାର ୭୬୧ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୬୫ ଜଣଙ୍କର ମୃତ୍ୟୁ ଘଟିଛି।

Comments are closed.