ବୁଧବାର ରାଶିଫଳ (୧। ୭। ୨୦୨୦ )

ମେଷ: ଧାର୍ମିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି। ପ୍ରୀତି ଲାଭର ସୁଯୋଗ ରହିଛି। ସ୍ବାଭିମାନୀ ହୋଇପାରନ୍ତି। ସହଯୋଗୀ ବ୍ୟବସାୟ ଲାଭଜନକ ହେବ। ସାମାନ୍ୟ ଶାରୀରିକ ଅସୁସ୍ଥତା ଅନୁଭବ କରିବେ। ସତର୍କତାର ଦିନ।

ବୃଷ: ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। କାର୍ଯ୍ୟର ସ୍ବଚ୍ଛତା ପାଇଁ ମନରେ ଗର୍ବଭାବ ଆସିପାରେ। ବ୍ୟବସାୟ ଲାଭଜନକ ହେବ। ସମାଜ ସେବାରେ ମନ ବଳାଇବେ। ଶାନ୍ତ ଓ ଧୈର୍ଯ୍ୟଶୀଳ ହୋଇପାରନ୍ତି। ପତ୍ନୀଙ୍କ ପରାମର୍ଶରେ ଚଳିବେ।

ମିଥୁନ: ଘଡ଼ି-ସନ୍ଧି ବେଳ ଯୋଗୁଁ ପରାମର୍ଶ ନେଇ କାର୍ଯ୍ୟ କରିବାକୁ ପଡ଼ିବ। ଅର୍ଥ ସଂଗ୍ରହ ପାଇଁ ଉଦ୍ୟମ ଜାରି ରଖିବେ। ଭ୍ରାତୃ ସ୍ନେହ ଅତୁଟ ରହିବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। ମାନସିକ ଶାନ୍ତି ପାଇବେ।

କର୍କଟ: ଅର୍ଥ ଉପାର୍ଜନ ସହଜ ହେବ। କର୍ମ ଚଞ୍ଚଳ ରହିବେ। କନ୍ୟା ସନ୍ତାନ ଦ୍ବାରା ଉପକୃତ ହେବେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ତନ୍ତ୍ର-ମନ୍ତ୍ରାଦି ଗୁପ୍ତ ବିଦ୍ୟା ପ୍ରତି ରୁଚି ରହିବ। ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ। ବ୍ୟବସାୟରୁ ପ୍ରଚୁର ଲାଭ ମିଳିବ।

ସିଂହ: କର୍ମ ଅନୁସାରେ ଫଳ ପ୍ରାପ୍ତ ହେବେ। ଶ୍ରମ ସାର୍ଥକ ହେବ। ଉଦାର ପ୍ରକୃତିର ହେବେ। ଦାନ-ଧର୍ମକୁ ଆଦରି ନେଇପାରନ୍ତି। ଶୋଭନ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ। ସ୍ବାସ୍ଥ୍ୟ ଅତୁଟ ରହିବ। କୃଷିକର୍ମକାରୀ ଓ ବୁଦ୍ଧିମାନ୍‌ ହେବେ।

କନ୍ୟା: ଅର୍ଥ ପ୍ରାପ୍ତି ସହିତ ସମ୍ମାନିତ ହେବା ଆଶା କରାଯାଏ। ମନ ପ୍ରସନ୍ନ ରହିବ। ଧର୍ମପରାୟଣ ହୋଇପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବା ସହ ମଧୁରଭାଷୀ ହେବେ। ଭାଇମାନଙ୍କଠାରୁ ଆଦର , ସମ୍ମାନ ପାଇବେ। ପ୍ରେମୀ ଓ ସାହସୀ ହେବେ। ଚୌରଭୟ ଅଛି।

ତୁଳା: ବିଭିନ୍ନ ସ୍ତରରୁ ଅର୍ଥାଗମର ସୂଚନା ମିଳୁଛି। ସୁସ୍ଥ ଓ ନିରାମୟ ରହିବେ। ଭାଗ୍ୟଶାଳୀ ହେବେ। ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ, ଉଦାର ଓ ବିଦ୍ୟାପ୍ରେମୀ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ମିତ୍ରମାନଙ୍କ ସହଯୋଗ ମିଳିବ।

ବିଛା: ବାଦ-ପ୍ରତିବାଦ ଥାଇ ମଧ୍ୟ ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି। ଐଶ୍ବର୍ଯ୍ୟଯୁକ୍ତ ହେବେ। ମୋକଦ୍ଦମାରେ ବିଜୟୀ ହେବା ସହିତ ଧନଲାଭ ହେବ। ଚିନ୍ତାଧାରା ଉନ୍ନତମାନର ହେବ।

ଧନୁ: କର୍ମକ୍ଷେତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। କର୍ମ ଚଞ୍ଚଳ ରହିବେ। ସାମୟିକ ଭାବେ ଏକାନ୍ତରେ ରହିବାକୁ ଇଚ୍ଛା କରିବେ। ଶୁଭକାର୍ଯ୍ୟରେ ଅଧିକ ବ୍ୟୟର ସମ୍ମୁଖୀନ ହେବେ। ସାମାନ୍ୟ ଚକ୍ଷୁପୀଡ଼ା ଅନୁଭବ କରିପାରନ୍ତି। ମଧୁରଭାଷୀ ଓ ସୁଖୀ ହେବେ।

ମକର: ଧନ ଅର୍ଜନ ପାଇଁ ଉଦ୍ୟମ ଫଳପ୍ରଦ ହେବ। ଶ୍ରମର ମୂଲ୍ୟାଙ୍କନ ହେବ। ସୁସ୍ଥ ଓ ନିରାମୟ ରହିବେ। ଲୋକପ୍ରିୟତା ଅର୍ଜନ କରିବେ। କର୍ମଚଞ୍ଚଳ ରହିବେ। ଜ୍ୟୋତିଷ ବିଦ୍ୟା ପ୍ରତି ରୁଚି ରହିବ। ସମ୍ମାନିତ ହେବେ।

କୁମ୍ଭ: କର୍ମକ୍ଷେତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସେବାକ୍ଷେତ୍ରରେ ଅବତୀର୍ଣ୍ଣ ହୋଇପାରନ୍ତି। କୁଳ ଉଳକାରୀ ଓ ଯଶସ୍ବୀ ହେବେ। ମନ ପ୍ରସନ୍ନ ରହିବ। ସୁସ୍ଥ ରହିବେ। ଦୟାଳୁ ସ୍ବଭାବର ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ।

ମୀନ: ଅର୍ଥ ଉପାର୍ଜନ ପାଇଁ ମାର୍ଗ ପ୍ରଶସ୍ତ ରହିଛି। ଭାଗ୍ୟଶାଳୀ ହେବେ। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ। ଧର୍ମାତ୍ମା, ପ୍ରବାସପ୍ରିୟ, ବିଦ୍ବାନ, ସାହସୀ ଓ ସମ୍ପତ୍ତିବାନ୍‌ ହେବେ। ଦାମ୍ପତ୍ୟ ସୁଖ ମିଳିବ। ଉଦ୍ୟୋଗୀ ହେବେ।

Comments are closed.