ଆମେରିକାରେ ୪ ଭାରତୀୟ ବଂଶୋଦ୍ଭବଙ୍କୁ ହତ୍ୟା

ନୂଆଦିଲ୍ଲୀ : ଆମେରିକାର ସିନସିନାଟି ସହରରେ ଜଣେ ଭାରତୀୟ ଓ ୩ ଭାରତୀୟ ବଂଶୋଦ୍ଭବଙ୍କୁ ହତ୍ୟା କରାଯାଇଛି। ସେଠାକାର ପୁଲିସ୍‍ ଘଟଣାର ତଦନ୍ତ କରୁଛି। ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ ମଙ୍ଗଳବାର ବିଳମ୍ବିତ ରାତିରେ ଟ୍ୱିଟ୍‍ କରି ଏହି ସୂଚନା ଦେଇଛନ୍ତି। ଘୃଣା ପାଇଁ ହତ୍ୟା ଭଳି ଆଶଙ୍କାକୁ ସୁଷମା ଖଣ୍ଡନ କରିଛନ୍ତି।
ସେ ସୂଚନା ଦେଇଛନ୍ତି ଯେ ଆମେରିକାସ୍ଥିତ ଦୂତାବାସ ସିନସିନାଟି ସହରରେ ରବିବାର ଦିନ ୪ ଜଣ ଲୋକଙ୍କୁ ହତ୍ୟାର ଖବର ଦେଇଛି। ସେମାନଙ୍କ ମଧ୍ୟରେ ଜଣେ ଭାରତୀୟ ନାଗରିକ ଏବଂ ଅନ୍ୟ ୩ ଜଣ ଭାରତୀୟ ବଂଶୋଦ୍ଭବ ଥିଲେ। ହତ୍ୟାର ସଠିକ୍‍ କାରଣ ଜଣାପଡିନାହିଁ।

Comments are closed.