ଖାଲରେ ପଡ଼ି ଜଣେ ମୃତ

ଫୁଲବାଣୀ: କନ୍ଧମାଳ ଜିଲା ଖଜୁରିପଡ଼ା ଥାନା ଅନ୍ତର୍ଗତ ଡ଼ଙ୍ଗୀସାହି ଗ୍ରାମର ଏକ ପାଣି ଖାଲାରେ ପଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତିଙ୍କ ନାମ ଶୋଭାଜନ ମଲିକ(୫୦)। ତାଙ୍କ ଘର ଟିକାବାଲି ଥାନା ଅନ୍ତର୍ଗତ ବପଲମେଣ୍ଡି(ଏଲ୍‍) ଗ୍ରାମର ବୋଲି ଥାନା ସୂତ୍ରରୁ ଜଣାଯାଇଛି।

ଖବର ପ୍ରକାରେ , ମୃତ ବ୍ୟକ୍ତିଙ୍କ ସାନଭାଇ ଖଜୁରିପଡ଼ା ଡ଼ାକ୍ତରଖାନାର ଚିକିତ୍ସିତ ହେଉଥିବା ବେଳେ ତାଙ୍କୁ ଦେଖାକରିବା ପାଇଁ ଶୋଭାଜନ ଆସିଥିଲେ। ଭାଇକୁ ଦେଖିବା ପରେ କୌଣସି ଏକ କାର୍ଯ୍ୟରେ ଖଜୁରିପଡ଼ା ସ୍ଥିତ ଡ଼ଙ୍ଗୀସାହିକୁ ଯାଇଥିଲେ। ଉକ୍ତ ସାହିର ଏକ ଖାଲରେ ପଡ଼ି ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଇଛି। ଖବର ପାଇ ଖଜୁରିପଡ଼ା ପୁଲିସ୍‍ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ଏନେଇ କେସ୍‍ ନଂ ୧୭/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁକରି ଘଟଣାର ତଦନ୍ତ ଚାଲିଥିବା ତଦନ୍ତ ଅଧିକାରୀ ଉଦ୍ଧବ ଜାନୀ ସୂଚନା ଦେଇଛନ୍ତି। ଶବ ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି କୁହାଯାଇଛି।

Comments are closed.