ବାଇକ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର

ଗୋପାଳପୁର: ଗୋପାଳପୁର ଥାନା ଅନ୍ତର୍ଗତ ଗୋଳାବନ୍ଧ ନିକଟରେ ଆଜି ଦିନ ପ୍ରାୟ ୩.୩୦ ସମୟରେ ଆର୍ମୀ ବାଉଣ୍ଡରିର ସିମେଣ୍ଟ ପିଲରକୁ ଧକ୍କା ଦେଇ ଆରୁଆପଲ୍ଲୀ ଗ୍ରାମର ପପୁ ଦାସ(୨୨)ଙ୍କର ମୃତ୍ୟୁ ହୋଇଥିବା ବେଳେ ରଞ୍ଜନ ଦାଶ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ଖବର ପାଇ ଗୋପାଳପୁର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛି।

ସୂଚନା ପ୍ରକାରେ, ଅରୁଆପଲ୍ଲୀ ଗ୍ରାମର ଦୁଇ ଯୁବକ ଧବଳେଶ୍ବରରୁ ବାଇକରେ ନିଜ ଗ୍ରାମକୁ ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ। ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକମାନେ ଆହତ ଦୁଇ ଜଣକୁ ବ୍ରହ୍ମପୁର ମେଡିକାଲ ପଠାଇଥିଲା। ଚିକିତ୍ସାଧିନ ଅବସ୍ଥାରେ ପପୁଙ୍କ ମୃତ୍ୟୁ ହୋଇଥିବା ବେଳେ ରଞ୍ଜନ ଚିକିତ୍ସିତ ହେଉଥିବା ଜଣାପଡିଛି। ଏ ନେଇ ପିତାମ୍ବର ଦାସ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପ୍ରକାରେ କେସ ନଂ ୨୦୪/୨୦ ମାମଲା ରୁଜୁ କରି ଶବ ବ୍ୟବଛେଦ ପାଇଁ ପଠାଯାଇ ଥିବା ଏସଆଇ ଜ୍ଞାନ ରଞ୍ଜନ ସାହୁ ସୂଚନା ଦେଇଛନ୍ତି।

Comments are closed.