ବେଆଇନ ନିଶା କାରବାର ଅଭିଯୋଗ: ଗଞ୍ଜେଇ ସହ ଜଣେ ଗିରଫ

ଜୟପୁର: କୋରାପୁଟ ଜିଲା ଜୟପୁର ସ୍ଥିତ କୁମ୍ଭାରପଡ଼ା ରୋଡ଼ ନିକଟରୁ ବେଆଇନ ନିଶା କାରବାର ଅଭିଯୋଗରେ ଶନିବାର ଏସ୍‍ଟିଏଫ୍‍ ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତିଜଣକ ଜୟପୁର ସହର କୁମ୍ଭାରସାହି ଥାନା ଅଞ୍ଚଳର ଏସକେ ସଲିମ ବୋଲି ଜଣାପଡ଼ିଛି। ସଲିମ ନିକଟରୁ ୮୫ କିଗ୍ରା ଗଞ୍ଜେଇ ଜବତ କରିବା ସହ ଜୟପୁର ସଦର ଥାନାରେ ଏକ ମାମଲା ରୁଜୁ କରାଯାଇଛି।

Comments are closed.