ଜୁଲାଇ ଶେଷ ସୁଦ୍ଧା ସିବିଏସଇ ଦ୍ୱାଦଶ ପରୀକ୍ଷାଫଳ ପ୍ରକାଶ ପାଇବ

ଭୁବନେଶ୍ୱର :  ପ୍ରକାଶ ପାଇବ ସିବିଏସଇ ଦ୍ୱାଦଶ ବୋର୍ଡ ପରୀକ୍ଷାଫଳ।    www.cbse.nic.in ରେ ରେଜଲ୍ଟ ଉପଲବ୍ଧ ହେବ। ୩୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ସିବିଏସ୍‌ଇରେ ଦଶମ ଶ୍ରେଣୀ ପରୀକ୍ଷା ଦେଇଛନ୍ତି । ଜୁନ୍‌ ୧୫ ତାରିଖରେ ସିବିଏସ୍ଇର ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଶେଷ ହୋଇଛି । ପରୀକ୍ଷା ଫଳ ବାହାରିବାରେ ପ୍ରାୟ ୪୫ ଦିନ ଲାଗିଥାଏ ବୋଲି ସିବିଏସ୍‌ଇ ପକ୍ଷରୁ କୁହାଯାଇଛି ।

 

ତେବେ ପିଲାଙ୍କ ଉଚ୍ଚଶିକ୍ଷାକୁ ଦୃଷ୍ଟିରେ ରଖି ଏହା ୪୫ ଦିନ ପୂର୍ବରୁ ବାହାରିପାରେ ବୋଲି ଆକଳନ କରାଯାଉଛି । ଜୁଲାଇ ଶେଷ ସୁଦ୍ଧା ଏହା ପ୍ରକାଶ ପାଇବ ବୋଲି ସିବିଏସ୍‌ଇର ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ଆଉ ୧୦ ଦିନ ମଧ୍ୟରେ ସିବିଏସ୍‌ଇର ପରୀକ୍ଷା ଫଳ ବାହାରିବ ବୋଲି ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଛି ।

Comments are closed.