ଆଜି ପ୍ରଥମାଷ୍ଟମୀ ; ମହକୁଛି କନ୍ଧମାଳ ହଳଦୀ ପତ୍ର ବାସ୍ନା

ଫୁଲବାଣୀ: ଆଜି ହେଉଛି ପ୍ରଥମାଷ୍ଟାମୀ । ଏହି ପ୍ରଥମାଷ୍ଟାମୀ ପାଇଁ କନ୍ଧମାଳ ଜିଲାର ହଳଦୀ ପତ୍ରର ବେଶ୍‌ ଚାହିଦା ରହିଛି । ଇତି ମଧ୍ୟରେ ଜିଲାର ଯେଉଁ ସବୁ ଅଞ୍ଚଳରେ ହଳଦୀ ଚାଷ ହେଉଛି , ସେହି ସବୁ ଅଞ୍ଚଳରୁ ଗାଡ଼ି ଗାଡ଼ି ହଳଦୀ ପତ୍ର ରାଜ୍ୟର କଟକ , ଭୁବନେଶ୍ୱର , ବ୍ରହ୍ମପୁର , ବାଲେଶ୍ୱର , ଭଦ୍ରକ ଭଳି ଉପକୁଳ ସହର ଓ ରାଜ୍ୟର ଅନେକ ଅଞ୍ଚଳକୁ ବ୍ୟବସାୟୀ ମାନେ ବୋହି ନେଇଛନ୍ତି ।
ଆଜି ରାଜ୍ୟର ଅନେକ ଅଞ୍ଚଳରେ ଏହି ପ୍ରଥମାଷ୍ଟମୀ ଅବସରରେ ମହକୁଛି କନ୍ଧମାଳ ହଳଦୀ ପତ୍ର ବାସ୍ନା । ପ୍ରଥମାଷ୍ଟମୀରେ ପ୍ରତି ଓଡ଼ିଆଙ୍କ ଘରେ ଘରେ ହୋଇଥାଏ ଏଣ୍ଡୁରିପିଠା । ଏହି ପିଠାକୁ ପୂଜା କରିଥାନ୍ତି । ଏହି ପିଠା ପାଇଁ ଆବଶ୍ୟକ ପଡ଼ିଥାଏ ହଳଦୀ ପତ୍ର । ହଳଦୀ ପତ୍ରରେ ତିଆରି ଏଣ୍ଡୁରି ପିଠାର ସ୍ୱାଦ କିଛି ନିଆରା । ହଳାଦୀରେ ଔଷଧିୟ ଗୁଣ ଭରି ହୋଇ ରହିଛି , ଠିକ୍‌ ସେହିଭଳି ହଳଦୀ ପତ୍ରରେ ମଧ୍ୟ ରହିଛି ଅନେକ ଔଷଧିୟ ଗୁଣ । ଏହି ପତ୍ରକୁ ବହୁ ବ୍ୟବସାୟୀ ଜିଲାର ବିଭିନ୍ନ ଅଞ୍ଚଳରୁ କ୍ରୟ କରି କଟକ ବାଲିଯାତ୍ରାରେ ମଧ୍ୟ ବିକ୍ରି କରିବା ପାଇଁ ନେଇଥିବାର ପ୍ରକାଶ କରିଛନ୍ତି । ଏହି ହଦଳୀପତ୍ର ଯୋଗୁଁ ବ୍ୟବସାୟ ସମେତ ଚାଷୀମାନେ କିଛି କିଛି ଟଙ୍କା ମଧ୍ୟ ରୋଜଗାର କରିବା ସମ୍ଭବ ହୋଇ ପାରିଛି । କନ୍ଧମାଳ ଜିଲାର ବିଭିନ୍ନ ଅଞ୍ଚଳରେ ୧୦ ଗୋଟି ହଳଦୀ ପତ୍ର ବିଡ଼ାକୁ ଚାଷୀମାନେ ୨ ଟଙ୍କାରେ ବିକ୍ରି କରୁଥିବା ବେଳେ ଏହି ପାରିଶ୍ରମିକ ବାବଦକୁ ୨୦୦ ରୁ ୩୦୦ ଟଙ୍କା ଲେଖାଏଁ ରୋଜଗାର କରିଥାନ୍ତି ।

Comments are closed.