ଓଡିଶାରେ କରୋନା ; ଚିହ୍ନଟ ହେଲେ ନଅ ନୂଆ କରୋନା ଆକ୍ରାନ୍ତ

ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଆଉ ନଅ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜନ୍ମ ରୁ ୧୮ ବର୍ଷ ମଧ୍ୟରେ କେହି ନଥିବା ବେଳେ ସଙ୍ଗରୋଧରୁ ୫ ଓ ସ୍ଥାନୀୟ ୪ । ୫ ଜିଲା ଓ ଷ୍ଟେଟପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ବଲାଙ୍ଗୀରରୁ ୧, କଟକ ୧, ଯାଜପୁର ୧, କେନ୍ଦ୍ରାପଡା ୧,ଖୋର୍ଦ୍ଧା ୪, ଷ୍ଟେଟ ପୁଲରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।


ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୭,୯୯୮କୁ ବୃଦ୍ଧି ପାଇଛି। ୧୨,୭୮,୭୩୭ ମୋଟ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୮୪ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।

Comments are closed.