ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ମାଡିଗଲା ଗାଡି ; ଜଣେ ମୃତ, ୩ ଗୁରୁତର

ଭଦ୍ରକ : ଆଜି ଭଦ୍ରକ ଜିଲ୍ଲା ଆଗରପଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଅଘଟଣ ଘଟିଛି। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇ ଥିବାବେଳେ ଅନ୍ୟ ୩ ଜଣ ଗୁରୁତର ହେବା ସହ ଏକାଧିକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ପ୍ରାଥମିକ ଚିକିତ୍ସା ପରେ ଭଦ୍ରକ ଡାକ୍ତର ଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଘଟଣାରୁ ପ୍ରକାଶ, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଲାଗିଥିବା ଏକ ବୋଲେରୋ ଔଷଧ ଆଣି ପେଟି ଗୁଡିକ ଓହ୍ଲାଇଥିବା ବେଳେ ଡ଼ାକ୍ତରଖାନାର ଝାଡୁଦାର ଗାଡ଼ିରେ ଗିଅର ପକାଇ ଦେଇଥିଲେ। ପରିସରରେ ଥିବା ଏକାଧିକ ରୋଗି ଓ ସମ୍ପର୍କୀୟଙ୍କ ଉପରେ ଚଢ଼ିଯାଇ ଥିଲା। ଦୁର୍ଘଟଣାରେ ବଡବଚିୟା ଗ୍ରାମର ଶ୍ରୀଧର ଲେଙ୍କା ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ୩ଜଣ ମହିଳା ଗୁରୁତର ଅଛନ୍ତି। ଗୁରୁତରଙ୍କ ମଧ୍ୟରେ ଜଣେ ଶିଶୁ ରହିଛି ବୋଲି ଜଣାପଡିଛି ।

 

Comments are closed.