ରାସୋଳ ବ୍ୟାଙ୍କ ଡକାୟତି ଘଟଣା ; ନଅ ଗିରଫ

ଢେଙ୍କାନାଳ: ଢେଙ୍କାନାଳ ରାସୋଳ ଗ୍ରାମ୍ୟ ବ୍ୟାଙ୍କ ଡକାୟତି ଘଟଣାରେ ୯ ଜଣଙ୍କୁ ପୁଲିସ ଗିରଫ କରିଛି। ଡକାୟତି ହୋଇଥିବା ୭ କେଜି ସୁନା ମଧ୍ୟରୁ ୫ କେଜି ୩୫୮ ଗ୍ରାମ ସୁନାଗହଣା ଜବତ କରାଯାଇଛି। ଜବତ ସାମଗ୍ରୀର ଆନୁମାନିକ ମୂଲ୍ୟ ୨ କୋଟିରୁ ଅଧିକ ଟଙ୍କା ହେବ ବୋଲି ଜଣାପଡ଼ିଛି। ଏହାସହ ନଗଦ ୧୧ ଲକ୍ଷ ୫୫ ହଜାର ଟଙ୍କା ମଧ୍ୟ ଜବତ ହୋଇଛି। ଏଥିସହ ଡକାୟତି ବେଳେ ବ୍ୟବହୃତ ୨ ବାଇକ, ଗୋଟିଏ ସ୍କୁଟର ଓ ଗୋଟିଏ କାର୍‌ ସହ  ପୁଲିସ ମାରଣାସ୍ତ୍ର ଜବତ କରିଛି। ଗତ ୧୨ ତାରିଖରେ ରାସୋଳ ଗ୍ରାମ୍ୟ ବ୍ୟାଙ୍କରୁ ସଶସ୍ତ୍ର ଡକାୟତି ହୋଇଥିଲା। ମାରଣାସ୍ତ୍ର ଦେଖାଇ ଓ ବ୍ୟାଙ୍କ କର୍ମଚାରୀଙ୍କୁ ମାଡ଼ ମାରି ଟଙ୍କା, ସୁନା ଲୁଟ୍ ହୋଇଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ ଅନୁସାରେ, ଗତ ୧୨ରେ ୪ ଜଣ ଯୁବକ ଦୁଇଟି ମୋଟରସାଇକେଲରେ ଆସି ମୁଖା ପିନ୍ଧି ବ୍ୟାଙ୍କ ଭିତରେ ପ୍ରବେଶ କରିଥିଲେ। ହାତରେ ଛୁରୀ, ଭୁଜାଲି ଆଦି ମାରଣାସ୍ତ୍ର ଧରିଥିବା ଡକାୟତ ଦଳ ମ୍ୟାନେଜରଙ୍କ ସମେତ ୩ ଜଣଙ୍କୁ  ରୁମରେ ତାଲା ପକାଇ ଦେଇଥିଲେ। ଏହାପରେ ଲକର ଭିତରେ ଗଚ୍ଛିତ ଟଙ୍କା ସୁନା ଲୁଟି ନେଇଥିଲେ।

Comments are closed.