୩୩ ଓଭର ସୁଦ୍ଧା ଇଂଲଣ୍ଡ ୨୦୭/୩

ଲଣ୍ଡନ: ବିଶ୍ଵକପ୍‌ କ୍ରିକେଟରେ ରବିବାର ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ବହୁ ପ୍ରତୀକ୍ଷିତ ମ୍ୟାଚ୍‌ ଜାରି ରହିଛି । ତେବେ ଉଭୟ ଟିମ୍‌ ପାଇଁ ଏହି ମ୍ୟାଚ୍‌ ଗୁରୁତ୍ବପୂର୍ଣ୍ଣ ଥିବାବେଳେ ଇଂଲଣ୍ଡ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ଜାରି ରଖିଛି । ୩୩ ଓଭର ଖେଳ ଶେଷ ସୁଦ୍ଧା ଦଳ ୩ ୱିକେଟ୍ ହରାଇ ୨୦୭ ରନ୍‌ ସଂଗ୍ରହ କରିଛି । ଏହି ମ୍ୟାଚ୍‌ରେ ଭାରତୀୟ ଖେଳାଳିମାନେ ପ୍ରଥମ ଥର ପାଇଁ ଗେରୁଆ-ନୀଳ ରଙ୍ଗର ଜର୍ସି ପିନ୍ଧି ପଡ଼ିଆକୁ ଓହ୍ଲାଇଛନ୍ତି ।

ସୂଚନାଯୋଗ୍ୟ, ସେମିଫାଇନାଲ ଦୌଡ଼ରେ ରହିବା ଲାଗି ଉଭୟ ଭାରତ ଏବଂ ଇଂଲଣ୍ଡ ପାଇଁ ଏହି ମ୍ୟାଚ୍‌ଟି ଗୁରୁତ୍ଵପୂର୍ଣ୍ଣ। ତେବେ ଇଂଲଣ୍ଡ ୭ଟି ମ୍ୟାଚ୍‌ ଖେଳି ୪ଟି ବିଜୟ ସହିତ ୮ ପଏଣ୍ଟ ହାସଲ କରିଛି। ତେଣୁ ଇଂଲଣ୍ଡକୁ ସେମିଫାଇନାଲରେ ପ୍ରବେଶ କରିବା ଲାଗି ଏହି ମ୍ୟାଚ ସହିତ ଆଗାମୀ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ବିଜୟ ହାସଲ କରିବା ଜରୁରୀ। ସେପଟେ ଭାରତ ୬ଟି ମ୍ୟାଚ ଖେଳିଥିବାବେଳେ ୫ଟି ବିଜୟ ସହିତ ୧୧ ପଏଣ୍ଟ ହାସଲ କରିଛି। ଦଳ ଏହି ମ୍ୟାଚକୁ ମିଶାଇ ୩ଟି ମ୍ୟାଚ ଖେଳିବାକୁ ଥିବାବେଳେ ୨ଟିରେ ବିଜୟ ଦରକାର କରୁଛି। ତେଣୁ ଭାରତ ଅପେକ୍ଷା ଇଂଲଣ୍ଡ ପାଇଁ ଏହି ମ୍ୟାଚ କର ବା ମର ସ୍ଥିତି ସୃଷ୍ଟି କରିଛି।

 

Comments are closed.