ରେଳ ଷ୍ଟେସନ ପରିସର ଓ ଟ୍ରେନ୍‍ ମଧ୍ୟରେ ମାସ୍କ୍‍ ନ ପିନ୍ଧିଲେ ୫ ଶହ ଫାଇନ

ରେଳ ଷ୍ଟେସନ ପରିସରରେ ଓ ଟ୍ରେନ୍‍ ମଧ୍ୟରେ ମାସ୍କ୍‍ ପିନ୍ଧି ନ ଥିଲେ ଯାତ୍ରୀମାନଙ୍କ ଠାରୁ ୫୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରିବ। କରୋନା ମହାମାରୀ ବ୍ୟାପିବାକୁ ରୋକିବା ଦିଗରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଆଯାଇଥିବା ପ୍ରତିଷେଧକ ମୂଳକ ପଦକ୍ଷେପ ଆଧାରରେ ଭାରତୀୟ ରେଳବାଇ ଏହି ନିଷ୍ପତ୍ତି ନେଇଛି। ଏଥିପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ଜୋନ୍‍ର ମହା ପ୍ରବନ୍ଧକଙ୍କୁ ଚିଠି ଲେଖି ଜଣାଇ ଦିଆଯାଇଛି।

ଏହା ବ୍ୟତୀତ କେନ୍ଦ୍ର ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ରେଳବାଇ ପକ୍ଷରୁ କୋଭିଡ୍‍ ନାଇଣ୍ଟିନ୍‍ ମୁକାବିଲା ସକାଶେ ବିଭିନ୍ନ ପଦକ୍ଷେପ ନିଆଯାଇଛି। ଏହି କଟକଣା ଆସନ୍ତା ୬ ମାସ ପର୍ଯ୍ୟନ୍ତ ଲାଗୁ କରିବାକୁ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ଜୋନ୍‍ ଗୁଡ଼ିକୁ କୁହାଯାଇଛି।

Comments are closed.