ନବରଙ୍ଗପୁର ଓ ଉମରକୋଟ ପୌରାଞ୍ଚଳ: ଆଜିଠୁ ପ୍ରତି ଶନିବାର ରବିବାର ସଟ ଡାଉନ

ନାଇଟ କର୍ଫ୍ୟୁର ସମୟ ପରିବର୍ତ୍ତନ, ପ୍ରଶାସନ ତରଫରୁ ଜୋରଜାର ହେଉଛି ମାସ୍କ ଚେକିଂ

ନବରଙ୍ଗପୁର: ଆଜିଠାରୁ ସପ୍ତାହର ପ୍ରତି ଶନିବାର ଓ ରବିବାର ଜିଲ୍ଲାର ଉମରକୋଟ ଆଉ ନବରଙ୍ଗପୁର ପୌରାଞ୍ଚଳ ସଟ ଡାଉନ ରହିବ। ଏଥି ସହିତ ଆଜିଠୁ ପ୍ରତ୍ୟେକ ଦିନ ସନ୍ଧ୍ୟା ୬ଟା ରୁ ତା ପରଦିନ ସକାଳ ୫ଟା ପର୍ୟ୍ୟନ୍ତ ନାଇଟ କର୍ଫ୍ୟୁ ଜ।ରିହେବ ବୋଲି ନବରଙ୍ଗପୁର ଜିଲ୍ଲାପାଳ ଡଃ ଅଜିତ କୁମାର ମିଶ୍ର ସୂଚନା ଦେଇଛନ୍ତି। ପୂର୍ବରୁ ଏହା ରାତ୍ି ୧୦ ଟା ରୁ ସକାଳ ୫ଟା ପର୍ୟ୍ୟନ୍ତ ରହିଥିଲା କିନ୍ତୁ ଏହାକୁ ପରିବର୍ତ୍ତନ କରି ରାଜ୍ୟ ସରକାରଙ୍କ ନିର୍ଦେଶ କ୍ରମେ ନବରଙ୍ଗପୁର ଜିଲା ପ୍ରଶାସନ ପକ୍ଷରୁ ସନ୍ଧ୍ୟା ୬ଟା ରୁ ସକାଳ ୫ଟା କରାଯାଇଛି। ନବରଙ୍ଗପୁର ଜିଲାରେ କରୋନା ଲେଉଟାଣିକୁ ଦେଖି ପ୍ରଶାସନ ତପ୍ତରତା ଦେଖାଇବା ସହ ଜିଲ୍ଲାରେ ମାସ୍କ ଚେକିଂ, ସାମାଜିକ ଦୂରତା ଉପରେ କଡା ନଜର ରଖୁଛି ଜିଲ୍ଲା ପ୍ରଶାସନ। ନବରଙ୍ଗପୁର ଜିଲାରେ ଅଳ୍ପ ଦିନ ମଧ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଡି ସଂଖ୍ୟା ଆସି ଆଜି ପର୍ୟ୍ୟନ୍ତ ପାଖା ପାଖି ୭୦୦ ରେ ପହଞ୍ଚି ଥିବା ବେଳେ କିଛିଦିନ ହେବ ପ୍ରତିଦିନ ଆକ୍ରାନ୍ତ ଙ୍କ ସଂଖ୍ୟା ଦୁଇ ଅଙ୍କରୁ ତଳକୁ ଖସୁନଥିବା ବେଳେ ଆଜି ପୁଣି ଗୋଟିଏ ଦିନରେ ନବରଙ୍ଗପୁର ଜିଲ୍ଲାରେ ସବୁଠାରୁ ଅଧିକ ୧୫୭ ଜଣ ନୂତନ କରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି ।

 

ସଂକ୍ରମଣ କୁ ଦୃଷ୍ଟି ରେ ରଖି ପୋଲିସ ପ୍ରଶାସନ ତରଫରୁ ବିଭିନ୍ନ ସ୍ଥାନରେ ମାସ୍କ ଚେକିଂ କରିବା ସହ ମାସ୍କ ନ ପିନ୍ଧିବା ଲୋକଙ୍କୁ ୨ ହଜାର ଟଙ୍କା ପର୍ୟ୍ୟନ୍ତ ଫାଇନ କଟାଯାଉଛି, ସଂକ୍ରମଣ କୁ ଦୃଷ୍ଟି ରେ ରଖି ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ ଅଜିତ କୁମାର ମିଶ୍ର ଏବଂ ଏସପି ପ୍ରହଲ୍ଲାଦ ସକ୍ଷହାଇ ମୀନା ନବରଙ୍ଗପୁର ଏବଂ ଉମରକୋଟ ଅଂଚଳରେ ଅଚାନକ ଗସ୍ତ କରି ସହର ରେ ଗହଳି ଥିବା ସ୍ଥାନ ମାନଙ୍କ ଠାରେ ଯାଇ ଲୋକଙ୍କୁ ଫାଇନ ପକାଇବା ସହ ସଚେତନ କରୁଥିବା ଦେଖିବାକୁ ମିଳିଛି। ଜିଲ୍ଲାବାସୀଙ୍କୁ ସତର୍କତା ଅବଲମ୍ବନ କରିବା ସହ ପ୍ରଶାସନ କୁ ସହଯୋଗ କରି ନିଜେ ସଚେତନ ହେବାସହ ଅନ୍ୟକୁ ସଚେତନ କରିବା ପାଇଁ ବାର୍ତା ଦେଇଛନ୍ତି ନବରଙ୍ଗପୁର ଜିଲ୍ଲାପାଳ। ଏପଟେ ନବରଙ୍ଗପୁର ଜିଲ୍ଲାରେ ରାତ୍ର କର୍ଫ୍ୟୁ ବଳବତ୍ତର ରହିବ ବୋଲି କହିଛନ୍ତି ନବରଙ୍ଗପୁର ଜିଲ୍ଲାପାଳ ଡଃ ଅଜିତ କୁମାର ମିଶ୍ର ।

Comments are closed.