ଇଂଲଣ୍ଡ ବିପକ୍ଷ ସିରିଜ ବିଜୟୀ ଭାରତୀୟ ଦଳକୁ ଅଭିନନ୍ଦନ ଜଣାଇଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍‍ ଦଳ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ୩-୧ରେ ବିଜୟୀ ହୋଇଥିବାରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟିମ୍‍ ଇଣ୍ଡିଆକୁ  ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଏଥିସହିତ ଭାରତ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନ୍‍ସିପ୍‍ର ଫାଇନାଲରେ ପ୍ରବେଶ କରିଛି।ସେହିପରି ଭାରତ ଆଇସିସି ଟେଷ୍ଟ ର‍୍ୟାଙ୍କିଙ୍ଗ୍‍ରେ ଶୀର୍ଷ ସ୍ଥାନ ଅଧିକାର କରିଛି।

ରାଷ୍ଟ୍ରପତି ଶ୍ରୀ କୋବିନ୍ଦ କହିଛନ୍ତି, ସେ ଉଦ୍‍ଘାଟନ କରିଥିବା ଷ୍ଟାଡିୟମରେ ଭାରତ ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚ୍‍ ବିଜୟୀ ହୋଇଥିବାରୁ ସେ ଆନନ୍ଦ ଅନୁଭବ କରୁଛନ୍ତି। ଖେଳାଳିମାନଙ୍କ ଉତ୍କୃଷ୍ଟ କ୍ରୀଡ଼ା ନୈପୁଣ୍ୟ ପାଇଁ ସେ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Comments are closed.