ଆକାଶ ମାର୍ଗରେ ଧକ୍କାରୁ ବର୍ତ୍ତିଲା ଦୁଇ ବିମାନ

ନୂଆଦିଲ୍ଲୀ,୧୯ା୧: ବେଙ୍ଗାଲୁରୁ ବିମାନବନ୍ଦର ଆକାଶ ମାର୍ଗରେ ଦୁଇଟି ଇଣ୍ଡିଗୋ ବିମାନ ଧକ୍କା ହେବାରୁ ଅଳ୍ପକେ ବର୍ତ୍ତିଯାଇଛି। ବେସାମରିକ ବିମାନ ଚଳାଚଳ ନିର୍ଦେଶାଳୟ (ଡିଜିସିଏ)ର ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ ଜାନୁଆରୀ ୯ ତାରିଖ ସକାଳେ ଏପରି ଅଘଟଣର ଆଶଙ୍କା ସୃଷ୍ଟି ହୋଇଥିଲା। ତେବେ ଏହି ଅଘଟଣ ସମ୍ପର୍କରେ କୌଣସି ଅଭିଯୋଗ ଦାୟର ହୋଇ ନାହିଁ କି ଭାରତ ବିମାନବନ୍ଦର କର୍ତ୍ତୃପକ୍ଷ (ଏଏଆଇ)ଙ୍କୁ ଅବଗତ କରାଯାଇ ନାହିଁ। ଡିଜିସିଏ ମୁଖ୍ୟ ଅରୁଣ କୁମାର କହିଛନ୍ତି ଯେ ଏହି ଘଟଣା ଉପରେ ତଦନ୍ତ କରାଯାଉଛି ଓ ଯେଉଁମାନେ ଦୋଷୀ ଚିହ୍ନଟ ହେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଡିଜିସିଏର କହିବା ଅନୁଯାୟୀ ବେଙ୍ଗାଲୁରୁ-କଲକାତା ୬ଇ୪୫୫ ଓ ବେଙ୍ଗାଲୁରୁ ଭୁବନେଶ୍ବର ୬ଇ୨୪୬ ବେଙ୍ଗାଲୁରୁ ବିମାନବନ୍ଦରରୁ ଏକ ସମୟରେ ଉଡାଣ କରିଥିଲେ। ଆକାଶ ମାର୍ଗରେ ଏହା ନିଜ ନିଜର ଦୂରତା ପାର୍ଥକ୍ୟ ଉଲ୍ଲଙ୍ଘନ କରିବାରୁ ସେମାନେ ମଧ୍ୟରେ ଧକ୍କା ହେବାର ଆଶଙ୍କା ସୃଷ୍ଟି ହୋଇଥିଲା। ରୋଡାର ନିୟନ୍ତ୍ରକ ଏହି ତ୍ରୁଟିକୁ ଦେଖିପାରି ବିମାନର ପାଇଲଟଙ୍କୁ ଜଣାଇଥିଲେ। ଫଳରେ ଦୁର୍ଘଟଣାକୁ ଏଡାଯାଇଥିଲା।

Comments are closed.