ଆଇପିଏଲ-୨୦୨୧ : ଆଜି ଚେନ୍ନଇ ସୁପରକିଙ୍ଗ୍‌ସ ଓ ଦିଲ୍ଲୀ କ୍ୟାପିଟାଲ୍‌ସ ମଧ୍ୟରେ ମୁକାବିଲା

ମୁମ୍ବଇ : ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ)ରେ ୩ଥର ଚମ୍ପିଆନ ଆଖ୍ୟା ଅର୍ଜନ କରିଥିବା ଚେନ୍ନଇ ସୁପରକିଙ୍ଗ୍‌ସ ଆଜି ମୁମ୍ବଇର ୱାଙ୍ଖେଡେ ଷ୍ଟାଡ଼ିୟମରେ ଦିଲ୍ଲୀ କ୍ୟାପିଟାଲ୍‌ସ ବିପକ୍ଷରେ ଖେଳି ଅଭିଯାନ ଆରମ୍ଭ କରିବ। ସିଜିନର ଦ୍ବିତୀୟ ମ୍ୟାଚ ଦୁଇ ୱିକେଟକିପର ବ୍ୟାଟ୍‌ସମ୍ୟାନଙ୍କ ନେତୃତ୍ବରେ ଉଭୟ ଦଳ ଖେଳିବେ। ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବାଧିନ ଚେନ୍ନଇ ସୁପରକିଙ୍ଗ୍‌ସ, ଡିଫେଣ୍ଡିଂ ରନର୍ସଅପ ଦିଲ୍ଲୀ କ୍ୟାପିଟାଲ ଅନଭିଜ୍ଞ ଅଧିନାୟକ ଋଷଭ ପନ୍ତ୍‌ଙ୍କ ନେତୃତ୍ବରେ ଖେଳିବାକୁ ଯାଉଛି। ଶ୍ରେୟସ ଆୟର ଆହତ ହୋଇ ଆଇପିଏଲରୁ ବାଦ୍‌ ପଡ଼ିଥିବାବେଳେ ପନ୍ତ୍‌ଙ୍କୁ ଦାୟିତ୍ବ ମିଳିଛି।

ଅନ୍ରପକ୍ଷରେ ଶୁକ୍ରବାର ଏମ୍.‌ ଚିଦାମ୍ବରମ୍‌ ଷ୍ଟାଡ଼ିୟମରେ ​ଖେଳା ଯାଇଥିବା ଉଦ୍‌ଘାଟନୀ ମ୍ୟାଚରେ ହର୍ଷଲ ପଟେଲଙ୍କ ୫ ୱିକେଟ ଓ ଏ.ବି ଡିଭିଲିୟର୍ସଙ୍କ ଲଢୁଆ ଇନିଂସ ସହାୟତାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୨ ୱିକେଟରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି।

Comments are closed.