୯ ଜଣିଆ ଲୁଟେରା ଗ୍ୟାଙ୍ଗକୁ ଗିରଫ କଲା ଗଞ୍ଜାମ ପୁଲିସ

ଛତ୍ରପୁର: ଗଞ୍ଜାମ ପୁଲିସକୁ ବଡ ସଫଳତା ମିଳିଛି। ଗତ କିଛି ମାସରେ ବିଭିନ୍ନ ଥାନା ଅନ୍ତର୍ଗତ ଅଞ୍ଚଳରେ ଘଟୁଥିବା ଲୁଟ ଓ ଚୋରି ମାମଲାରେ ସମ୍ପୃକ୍ତ ଥିବା ୯ଜଣକୁ ପୁଲିସ ଗିରଫ କରିଛି। ଗିରଫ ମଧ୍ୟରେ ଜଣେ ନାବାଳକ ରହିଥିବା ଜଣାପଡିଛି। ଗଞ୍ଜାମ ପୁଲିସ ଜିଲ୍ଲାର ୧୩ଟି ଲୁଟପାଟ୍ ଘଟଣାରେ ଏମାନଙ୍କ ସମ୍ପୃକ୍ତି ରହିଛି। ଏମାନେ ବିଭିନ୍ନ ଫାଇନାନ୍ସ କମ୍ପାନୀର କର୍ମଚାରୀ ଏବଂ ବେପାରୀ ମାନଙ୍କୁ ଟାର୍ଗେଟ କରି ବନ୍ଧୁକ ଓ ଛୁରୀ ଦେଖାଇ ଲୁଟ କରୁଥିଲେ। ଏନେଇ ଗଞ୍ଜାମ ଏସପି ବ୍ରିଜେଶ କୁମାର ରାୟ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତଙ୍କ ଠାରୁ ୪ଟି ପିସ୍ତଲ, ଗୋଟିଏ ଖେଳନା ପିସ୍ତଲ, ଗୁଳି, ମାରାଣା ଅସ୍ତ୍ର, ୩ଟି ଗାଡି ଓ ୧୬ ଟି ଫୋନ ଜବତ କରାଯାଇଛି। ଏଥିରେ ସମ୍ପୃକ୍ତ ଥିବା କିଛି ଅଭିଯୁକ୍ତ ଏପର୍ୟ୍ୟନ୍ତ ଫେରାର ରହିଛନ୍ତି। ସେମାନଙ୍କୁ ଖୁବ ଶ୍ରୀଘ ଧରାଯିବ ବୋଲି ଏସପି ଠାକୁର ପ୍ରସାଦ ପାତ୍ର କହିଛନ୍ତି।

Comments are closed.