୧୬୬ଟି ଅନୁଷ୍ଠାନକୁ ପ୍ରକୃତି ମିତ୍ର ଓ ୧୬୫ ଜଣଙ୍କୁ ପ୍ରକୃତିବନ୍ଧୁ ସମ୍ମାନ

ଭୁବନେଶ୍ୱର, .- ସମଗ୍ର ବିଶ୍ୱରେ ଆଜି ବିଶ୍ୱ ପରିବେଶ ଦିବସ ପାଳିତ ହେଉଛି । ଆମର ଜୈବ ବିବିଧତା ଓ ପରିବେଶର ସୁରକ୍ଷା, ପ୍ରାକୃତିକ ଦୁର୍ବିପାକ ଓ ମନୁଷ୍ୟକୃତ ପ୍ରଦୂଷଣ ହ୍ରାସ, ଜଳବାୟୁ ପରିବର୍ତ୍ତନ, ତାପମାନ ବୃଦ୍ଧି, ଇକୋସିଷ୍ଟମ ପରିଚାଳନା ଏବଂ ମୂଲ୍ୟବାନ ପ୍ରାକୃତିକ ସମ୍ପଦର କ୍ଷୟକ୍ଷତିକୁ ଯଥାସମ୍ଭବ ରୋକିବା ଓ ଏସମ୍ବନ୍ଧୀୟ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଜନସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ । ଚଳିତ ୨୦୧୯ ବିଶ୍ୱ ପରିବେଶ ଦିବସର ଅନୁଚିନ୍ତା ହେଉଛି – “Together we can, Beat Air Pollution” “ସମ୍ମିଳିତ ହେଲେ ବାୟୁ ପ୍ରଦୂଷଣକୁ ପ୍ରତିହତ କରିବା ପାଇଁ ଆମେ ସମର୍ଥ ହେବା’ । ରବୀନ୍ଦ୍ର ମଣ୍ଡପରେ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ ମୁଖ୍ୟ ଅତିଥ#ଭାବେ ଯୋଗଦେଇ କହିଲେ ଯେ ଏହି ବର୍ଷ ମିଳିତ ଜାତିସଂଘ ବାୟୁମଣ୍ଡଳର ସୁରକ୍ଷା ନିମନ୍ତେ ଗୁରୁତ୍ୱ ଦେଉଛନ୍ତି । ଆମର ଦୈନନ୍ଦିନ ଜୀବନରେ ଅନେକ କାର୍ଯ୍ୟକଳାପ ଯୋଗୁଁ ବାୟୁମଣ୍ଡଳର ପ୍ରଦୂଷଣ ମାତ୍ରାରେ ବୃଦ୍ଧି ଘଟୁଛି । ଏଥିଯୋଗୁଁ ବିଶ୍ୱରେ ଅନେକ ଲୋକଙ୍କର ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପଡ଼ୁଛି । ବାୟୁ ପ୍ରଦୂଷଣର କାରଣ କାର୍ବନ ମନୋକ୍ସାଇଡ୍, କାର୍ବନ ଡାଇଅକ୍ସାଇଡ୍, ନାଇଟ୍ରୋଜେନ ଅକ୍ସାଇଡ୍, ନାଇଟ୍ରୋଜେନ ଡାଇଅକ୍ସାଇଡ୍, ଭୂସ୍ତର ଓଜୋନ, ଭାସମାନ ଧୂଳିକଣା, ସଲଫର ଡାଇଅକ୍ସାଇଡ୍, ହାଇଡ୍ରୋ କାର୍ବନ ମାତ୍ରାର ବୃଦ୍ଧି ଯାହା ମନୁଷ୍ୟ ସ୍ୱାସ୍ଥ୍ୟପକ୍ଷେ କ୍ଷତିକାରକ ।
ଏହା ବିଭିନ୍ନ ସ୍ରୋତରୁ ବାୟୁ ମଣ୍ଡଳକୁ ପ୍ରବେଶ କରିଥାଏ ଯଥା- ଅଧିକ ଇନ୍ଧନ ବ୍ୟବହାର, କଳକାରଖାନା, ଯାନବାହନ, କୃଷିରୁ ଉତ୍ପନ୍ନ ଆବର୍ଜନା ଜଳିବା ଦ୍ୱାରା, ଆଗ୍ନେୟଗିରି ଇତ୍ୟାଦି । ଏହି ସବୁ କ୍ଷେତ୍ରରେ ସଠିକ୍ ସୁପରିଚାଳନା ଦ୍ୱାରା ବାୟୁମଣ୍ଡଳର ପ୍ରଦୂଷଣ ମାତ୍ରା ହ୍ରାସ କରାଯାଇପାରେ । ଏଥିପାଇଁ ଇନ୍ଧନ ବା ଜାଳେଣିର ବ୍ୟବହାରକୁ ନିୟନ୍ତ୍ରଣ କରିବା, ସୌର ଶକ୍ତିର ବ୍ୟବହାର, ଯାନବାହନ ବ୍ୟବହାରକୁ କମ୍ କରି ବସ୍, ଟ୍ରେନ ବ୍ୟବହାର ଓ ସାଇକେଲ ବ୍ୟବହାର, କୃଷି କ୍ଷେତ୍ରରେ ରାସାୟନିକ ସାର ବ୍ୟବହାର ହ୍ରାସ କରିବା, ଆବର୍ଜନାର ସଠିକ୍ ପରିଚାଳନା କରିବା ଆବଶ୍ୟକ । ପରିବେଶର ସନ୍ତୁଳନକୁ ରକ୍ଷା କରିବାକୁ ହେଲେ ଆମକୁ ନିଜ ନିଜ ସ୍ତରରେ ଅନେକ କାର୍ଯ୍ୟ କରିବାକୁ ହେବ ଓ ପ୍ରାକୃତିକ ସମ୍ପଦର ବ୍ୟବହାରକୁ ମଧ୍ୟ ନିୟନ୍ତ୍ରଣ କରିବା ଦରକାର । ଜଳବାୟୁ ପରିବର୍ତ୍ତନ ଏବେ ସମଗ୍ର ବିଶ୍ୱରେ ଏକ ମୁଖ୍ୟ ସମସ୍ୟା ରୂପେ ଦେଖାଦେଇଛି । ଏହାର କୁପ୍ରଭାବ ପୃଥିବୀର ଅନେକ ଅଞ୍ଚଳରେ ଅନୁଭୂତ ହେଉଛି । ଜଳବାୟୁ ପରିବର୍ତ୍ତନ ଫଳରେ ବିଶ୍ୱ ତାପମାତ୍ରା ବୃଦ୍ଧିପାଉଛି । ପ୍ରାକୃତିକ ଦୁର୍ବିପାକ ମଧ୍ୟ ବୃଦ୍ଧିପାଉଛି । ସମୁଦ୍ରର ଜଳପତ୍ତନ ବୃଦ୍ଧି ପାଇବାରେ ଲାଗୁଛି । ଏହା ଯୋଗୁଁ ଭୂପୃଷ୍ଠର ଅନେକ ଅଂଶ ଜଳମଗ୍ନ ହେବା ସହ ଉପକୂଳ ଅଞ୍ଚଳରେ ଥିବା ଜନବସତି, ବୃକ୍ଷ, ପ୍ରାଣୀ ଇତ୍ୟାଦି ଦ୍ରୁତଗତିରେ କ୍ଷୟ ହେବାରେ ଲାଗିଛି । ନିକଟରେ ଏହାର ପ୍ରଭାବ ଆମେ ଅଙ୍ଗେ ନିଭେଇଛେ । ଫନି ବାତ୍ୟା ଯୋଗୁଁ ଅନେକ ଉପକୂଳ ଅଞ୍ଚଳ ଧ୍ୱସ୍ତବିଧ୍ୱସ୍ତ ହୋଇଛି । ଏଣୁ ଜଳବାୟୁ ପରିବର୍ତ୍ତନକୁ ପ୍ରତିହତ କରିବା ନିହାତି ଜରୁରୀ । ଏହି ସବୁ ସମସ୍ୟାକୁ ହୃଦୟଙ୍ଗମ କରି ପ୍ରାକୃତିକ ସମ୍ପଦର ସୁବିନିଯୋଗ କରିବା, ବ୍ୟାପକ ବୃକ୍ଷରୋପଣ କରିବା, ପ୍ଲାଷ୍ଟିକ୍ ଆବର୍ଜନା ଜନିତ ପ୍ରଦୂଷଣ ହ୍ରାସ କରିବା ଅନ୍ୟାନ୍ୟ କାର୍ଯ୍ୟକ୍ରମ କରି ବିଶ୍ୱ ପରିବେଶକୁ ସନ୍ତୁଳିତ କରିବା ଓ ବାୟୁ ପ୍ରଦୂଷଣକୁ ପ୍ରତିହତ କରିବାପାଇଁ ସଂକଳ୍ପ ନେବାକୁ ମନ୍ତ୍ରୀ ଆରୁଖ
ଆହ୍ୱାନ ଦେଇଥିଲେ ।

ଚଳିତ ବର୍ଷ ପରିବେଶ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମନ୍ତ୍ରୀ ଆରୁଖ ୧୬୬ଟି ଅନୁଷ୍ଠାନଗୁଡ଼ିକୁ ପ୍ରକୃତିମିତ୍ର ପୁରସ୍କାରରେ ପୁରସ୍କୃତ କରିଥିଲୋ ଏହା ବ୍ୟତୀତ ବିଭିନ୍ନ ଜିଲ୍ଲାସ୍ତରରେ ୧୬୫ ଜଣ ବ୍ୟକ୍ତବିଶେଷଙ୍କୁ ପ୍ରକୃତିବନ୍ଧୁ ପୁରସ୍କାର ପ୍ରଦାନ କରାଯାଇଥି ଲା । ବିଶ୍ୱ ପରିବେଶ ଦିବସ ପାଳନ
ଅବସରରେ ଆୟୋଜିତ ଇକୋ-ମଡେଲ ପ୍ରଦର୍ଶନୀରେ ଅଂଶ ଗ୍ରହଣ କରି ପ୍ରଥମ, ଦ୍ୱିତୀୟ ଓ ତୃତୀୟ ରୂପେ ବିବେଚିତ ହୋଇଥି ବା ପ୍ରତିଯୋଗୀମାନଙ୍କୁ ମଧ୍ୟ ମନ୍ତ୍ରୀ ଆରୁଖ ପୁରସ୍କୃତ କରିଥିଲେ

Comments are closed.