୧୧ ଆପ୍‍ ବିଧାୟକଙ୍କୁ ଜାମିନ

0

ନୂଆଦିଲ୍ଲୀ: ଦିଲ୍ଲୀର ମୁଖ୍ୟ ଶାସନ ସଚିବ ଅଂଶୁ ପ୍ରକାଶଙ୍କୁ ମାଡ଼ ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ, ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସମେତ ଆପ୍‍ର ୧୧ ଜଣ ବିଧାୟକଙ୍କୁ ଦିଲ୍ଲୀର ଏକ କୋର୍ଟ ବୁଧବାର ଜାମିନ ପ୍ରଦାନ କରିଛନ୍ତି। ଅତିରିକ୍ତ ମୁଖ୍ୟ ମେଟ୍ରୋପଲିଟାନ୍‍ ମାଜିଷ୍ଟ୍ରେଟ୍‍ (ଏସିଏମ୍‍ଏମ୍‍) ସମର ବିଶାଲ ଏହି ମାମଲାରେ ଦାଖଲ ଅଭିଯୋଗଫର୍ଦକୁ ବିଚାରକୁ ନେଇ ସମସ୍ତ ଅଭିଯୁକ୍ତଙ୍କୁ ଗୁରୁବାର କୋର୍ଟରେ ହାଜର ହେବାକୁ କହିଥିଲେ। ଜାମିନ ପାଇଥିବା ବିଧାୟକମାନେ ହେଲେ ଅମାନତୁଲ୍ଲା ଖାନ୍‍, ପ୍ରକାଶ ଜରୱାଲ, ନୀତିନ ତ୍ୟାଗୀ, ରିରୁରାଜ ଗୋବିନ୍ଦ, ସଞ୍ଜୀବ ଝା, ଅଜୟ ଦତ୍ତ, ରାଜେଶ ରିଷି, ରାଜେଶ ଗୁପ୍ତା, ମଦନ ଲାଲ, ପ୍ରବୀଣ କୁମାର ଏବଂ ଦିନେଶ ମୋହନିୟା। ୨୦୧୮ ଫେବୃଆରୀ ୧୯-୨୦ ମଧ୍ୟରାତିିରେ କେଜରିୱାଲଙ୍କ ସରକାରୀ ବାସଭବନରେ ଅନୁଷ୍ଠିତ ଏକ ଜରୁରୀ ବୈଠକରେ ଯୋଗଦେବା ଲାଗି ପ୍ରକାଶଙ୍କୁ ଡକାଯାଇଥିଲା। ସେଠାରେ ଆପ୍‍ ବିଧାୟକମାନେ ତାଙ୍କୁ ମାଡ଼ ମାରିଥିବା ପ୍ରକାଶ ଅଭିଯୋଗ କରିଥିଲେ।

Leave A Reply