ସୋମବାରରେ ଫନି ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଭୁବନେଶ୍ୱର.- ଅତି ଭୀଷଣ  ସାମୁଦ୍ରିକ ଝଡ ଫନିର ପ୍ରଭାବରେ  ପୁରୀ ସହ ଭୁବନେଶ୍ୱର, କଟକରେ ଅନେକ କ୍ଷୟକ୍ଷତି ହୋଇଛି । ଏହା ସହ ରାଜ୍ୟର ଅନେକ ଜିଲ୍ଲା ଫନି ଯୋଗୁଁ  ପ୍ରଭାବିତ ହୋଇଛି । ଫନି ପୁରୀରେ ଧ୍ୱସଂର ତାଣ୍ଡବ ଲୀଳା ରଚାଇଛି । ଏହା ଯୋଗୁଁ ଅନେକ ଲୋକ ମୃତାହତ ହୋଇଛନ୍ତି ।

ଫନି ପ୍ରଭାବିତ ଅଞ୍ଚଳ ପରିଦର୍ଶନ  କରିବା ପାଇଁ ସୋମବାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଆସୁଛନ୍ତି  । ସେ ଭୁବନେଶ୍ୱରରେ ପହଞ୍ଚିବା ପରେ ଆକାଶମାର୍ଗରୁ ଫନି ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ  । ଏହାପରେ ଏକ ଉଚ୍ଚସ୍ତରୀୟ ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ରିଲିଫ ଓ ଉଦ୍ଧାର କାର୍ଯ୍ୟର ସମୀକ୍ଷା  କରିବାର କାର୍ଯ୍ୟକ୍ରମ ରହିଛି ।

Comments are closed.