ମୁଣ୍ଡ ମିଳିଲା, ଧରାପଡିଲା ହତ୍ୟାକାରୀ: ପଦାକୁ ଆସିଲା ଚାଞ୍ଚଲ୍ୟକର କାହାଣୀ

- ବିବାହ ପରେ ପ୍ରେମିକ ପାଖକୁ ଫେରିବା ହେଲା କାଳ

ଚନ୍ଦକା ଅନ୍ଧାରୁଆ-ଦାସପୁର ରାସ୍ତାକଡରୁ ଜଣେ ଅପରିଚିତ ମହିଳାଙ୍କ ମୁଣ୍ଡବିହୀନ ଶବକୁ ନେଇ ଗତ ୮ ଦିନ ହେବ ଖୋଳତାଡ଼ କରିବା ପରେ ପୁଲିସ ହତ୍ୟାକାରୀକୁ ଗିରଫ କରିବାରେ ସକ୍ଷମ ହୋଇଛି। ୮ ଦିନ ପରେ ପୁଲିସ୍‌କୁ ମୁଣ୍ଡ ମିଳିଛି । ହତ୍ୟାର ଶିକାର ହୋଇଥିବା ମହିଳା ଜଣଙ୍କ ହେଉଛନ୍ତି ମଞ୍ଚେଶ୍ୱର ଥାନା ଧୀରିକୁଟ ବସ୍ତିର ପୁଷ୍ପଲତା ରାଉଳ (୨୮) ଏବଂ ହତ୍ୟାକାରୀ ହେଉଛନ୍ତି ତାଙ୍କ ପ୍ରେମିକ ଗଞ୍ଜାମର ସଞ୍ଜୟ ଦାସ ଓରଫ ଅଙ୍ଗଦ ଓ ଅଙ୍ଗଦର ସହଯୋଗୀ ଶ୍ରୀକାନ୍ତ ଦାସ ଓରଫ ଚନ୍ଦୁ। ପୁଲିସ୍‌ ଉଭୟଙ୍କୁ ଦଶପଲ୍ଲାରୁ ଆଣି ଜେରା କରିବା ପରେ ସତକଥା ଜଣାପଡିଛି। ପୁଲିସ ମଧ୍ୟ ମୃତ ମହିଳାଙ୍କ ମୋବାଇଲ୍‌ ଓ ମୃତଦେହ ବୁହା ହୋଇଥିବା ମାଲ୍‌ ବାଝେଇ ବୋଲେରୋ ଜବତ କରାଯାଇଛି।

Comments are closed.