ମାରଣାସ୍ତ୍ର ଦେଖାଇ ଠିକାଦାରଙ୍କ ଠାରୁ ଲୁଟ ଅଭିଯୋଗ

0

ଗଞ୍ଜାମ: ଗଞ୍ଜାମ ଜିଲା ଖଲିକୋଟ ବ୍ଲକ ଅନ୍ତର୍ଗତ ବେଢଗାଁ ଠାରେ ତିନି ଜଣ ଦୁବୃର୍ତ୍ତ ମାରଣାସ୍ତ୍ର ଦେଖାଇ ଜଣେ ଠିକାଦାରଙ୍କ ଠାରୁ ୪୮ହଜାର ଟଙ୍କା ଲୁଟି ନେଇଥିବାର ଅଭିଯୋଗ ହୋଇଛି । ଠିକାଦାର ଜଣକ ନିଜ ସହଯୋଗୀଙ୍କ ସହ ମୋଟର ସାଇକେଲରେ ଯାଉଥିବା ବେଳେ ତିନି ଜଣ ଦୁବୃର୍ତ୍ତ ମୋଟର ସାଇକେଲରେ ଆସି ତାଙ୍କୁ ଭୁଜାଲି ଦେଖାଇ ଭୟଭୀତ କରାଇଥିଲେ। ଏହା ପରେ ସେ ରଖିଥିବା ୪୮ହଜାର ଟଙ୍କା ଲୁଟି ନେଇଥିଲେ । ଖବର ପାଇ ପୁରୁଷୋତ୍ତମପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

Leave A Reply