ମାଆ, ପୁଅ ଓ ଝିଅଙ୍କୁ ଘରେ ପଶି ହାଣିଲେ ଦୁର୍ବୃତ୍ତ

ପୁରୀ : ପୁରୀ ଜିଲା ବ୍ରାହ୍ମଗିରି ଥାନା ଅନ୍ତର୍ଗତ ନରଣପୁର ଗ୍ରାମରେ ଶୁକ୍ରବାର ଜଣେ ଦୁର୍ବୃତ୍ତ ଘର ଭିତରେ ପଶି ଭୁଜାଲିରେ ମାଆ, ପୁଅ ଓ ଝିଅଙ୍କୁ ହାଣିପକାଇଥିବା ଜଣାପଡ଼ିଛି। ଭୁଜାଲି ଚୋଟରେ ପରିବାରର ମାଆ, ପୁଅ ଓ ଝିଅ ୩ ଜଣ ଗୁରୁତର ହୋଇଛନ୍ତି। ଗୁରୁତର ତିନି ଜଣଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏକ ତରଫା ପ୍ରେମକୁ ନେଇ ଏହି ଆକ୍ରମଣ ହୋଇଥିବା ସୂଚନା ମିଳିଛିି। ଏନେଇ ପୁଲିସ ତଦନ୍ତ ଜାରି ରଖିଛି।

Comments are closed.