ମହିଳାଙ୍କୁ ଅଶ୍ଳିଳ ଇଙ୍ଗିତ କରି ଯୁବକ ହଟହଟା

ଯାଜପୁର : ଯାଜପୁର ବ୍ୟାସନଗର ସହରରେ ମହିଳାଙ୍କୁ ଅଶ୍ମିଳ ଇଙ୍ଗିତ କରି ଜଣେ ଯୁବକ ସ୍ତାନୀୟ ଲୋକଙ୍କ ଠାରୁ ପ୍ରଚୁର ମାଡ ଖାଇଥିବା ଜଣାପଡିଛି। ସୂଚନା ମୁତାବକ, ବ୍ୟାସନଗର କଲେଜ ଅଞ୍ଚଳରେ ସକାଳୁ ପ୍ରାତଃ ଭ୍ରମଣରେ ବାହାରିଥିବା ମହିଳାମାନଙ୍କୁ ସପନ ସିଂ ନାମକ ଜଣେ ଯୁବକ ଅଲ୍ଲିଳ ଇଙ୍ଗିତ କରିବା ସହ ହଇରାଣ ହରକତ କରିଥିଲେ। ଗତକାଲି କେତେକ ମହିଳାଙ୍କୁ କମେଣ୍ଟ ମାରୁଥିବା ଦେଖି ସ୍ତାନୀୟ ଲୋକେ ଯୁବକକୁ ବହେ ଛେଚି ଥିଲେ। ପରେ ଯୁବକଙ୍କୁ ଲୋକେ ସ୍ତାନୀୟ ଥାନା ଜିମା ଦେଇଥିଲେ।

Comments are closed.