ମଙ୍ଗଳବାର ରାଶିଫଳ

0

ମେଷ: ଚାପରେ ପଡ଼ି କାର୍ଯ୍ୟ କରିପାରନ୍ତି। ତଥାପି ସଫଳତା ମିଳିବ। ସୁଚେଷ୍ଟା ଫଳଦାୟକ ହେବ। ଉନ୍ନତିର ମାର୍ଗ ଉନ୍ମୁକ୍ତ ରହିଛି। ପ୍ରୀତି ଲାଭ କରିପାରନ୍ତି। ଅସାଧ୍ୟ ସାଧନ କରିବେ। ପ୍ରଶଂସା ମିଳିବ।

ବୃଷ: ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଲୋଭଗ୍ରସ୍ତ ହୋଇପାରନ୍ତି। ପାରିବାରିକ ସୁଖ, ଶାନ୍ତି ଅବ୍ୟାହତ ରହିବ। କାର୍ଯ୍ୟକ୍ଷେତ୍ରରେ ତତ୍ପରତା ବୃଦ୍ଧି ପାଇବ। ଆତ୍ମ ସନ୍ତୋଷ ଲାଭ କରିବେ। ସୁଖ ମିଳିବ।

ମିଥୁନ: କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। କାର୍ଯ୍ୟରେ ସଫଳତା ଲାଭ କରିବେ। ବହୁ ଶୁଭଫଳ ଆଶା କରାଯାଏ। ରୋଜଗାର ଆଶାନୁରୂପ ହେବ। ସୁସ୍ଥ ଓ ନିରାମୟ ରହିବେ। ପରିଶ୍ରମର ମୂଲ୍ୟ ମିଳିବ। ଦାମ୍ପତ୍ୟ ସୁଖ ମିଳିବ।

କର୍କଟ: ସାହସିକ ପଦକ୍ଷେପ ନେଇ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିବେ। ଏହି କାର୍ଯ୍ୟରେ ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। ମିଷ୍ଟଭାଷୀ ହେବେ। କଳ୍ପନା ଜନିତ ବିଳାସୀ ହୋଇପାରନ୍ତି। ଥଣ୍ଡା-କଫ ଜନିତ ପୀଡ଼ା ଅନୁଭବ କରିବେ।

ସିଂହ: ଜଞ୍ଜାଳମୁକ୍ତ ହେବେ। କର୍ମକ୍ଷେତ୍ରରେ ଓ ସାଧାରଣରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି। ବିଭିନ୍ନ ସ୍ତରରୁ ଏପରିକି ସରକାରୀ ସୂତ୍ରରୁ ଅର୍ଥ ପ୍ରାପ୍ତ ହେବେ। ଜନ ସମାଜରେ ଆଦର ଲାଭ କରିବେ। ଦାମ୍ପତ୍ୟ ସୁଖ ମିଳିବ।

କନ୍ୟା: ବାଞ୍ଛିତ କାର୍ଯ୍ୟ କରି ପ୍ରଶଂସାର ପାତ୍ର ହେବେ। ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡ଼ିବ। କୀର୍ତ୍ତିମାନ ହୋଇପାରନ୍ତି। ପାରିବାରିକ କାର୍ଯ୍ୟ କଳାପରେ ସନ୍ତୁଷ୍ଟ ହେବେ। ଗୃହର ପରିବେଶ ସ୍ୱାସ୍ଥ୍ୟକର ହେବ।

ତୁଳା: ପରୋପକାରୀ ହୋଇପାରନ୍ତି। ଯଶସ୍ୱୀ ହେବେ। ପ୍ରତିଯୋଗିତାରେ ବିଜୟୀ ହେବେ। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସୁଖଭୋଗ କରିବେ।

ବିଛା: ବ୍ୟବସାୟ ଲାଭଜନକ ହେବ। ସୁଖହାନି ଘଟିପାରେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଖର୍ଚ୍ଚାନ୍ତ ହେବାର ସୂଚନା ମିଳୁଛି। କାର୍ଯ୍ୟରେ ବାଧା ବିଘ୍ନ ଉପୁଜି ପାରେ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ରହିବେ।

ଧନୁ: କାର୍ଯ୍ୟରେ ସଫଳତା ମିଳିବ। ନୂଆ ବନ୍ଧୁ ଉପରେ ବିଶ୍ୱାସ ସ୍ଥାପନ କଲେ ଉନ୍ନତି ପଥରେ ଆଗକୁ ବଢ଼ିବେ। ବିଭାଗୀୟ କର୍ତ୍ତୃପକ୍ଷଙ୍କ ଠାରୁ ଆଦର, ସମ୍ମାନ ମିଳିବ। କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ। ମାନ୍ୟତା ମିଳିବ।

ମକର: ବିପଦକୁ ସାମ୍‍ନା କରିପାରନ୍ତି। ଦୁର୍ବଳ ମାନସିକତା ନେଇ ବିବାଦ ଭିତରେ ନ ପଶିବା ଭଲ। ପରୋପକାର କରି ଆତ୍ମ ସନ୍ତୋଷ ଲାଭ କରିବେ। ମୂଲ୍ୟବାନ ଦ୍ରବ୍ୟ ପ୍ରାପ୍ତିର ସୂଚନା ମିଳୁଛି। ସାଧନା ଫଳବତୀ ହେବ।

କୁମ୍ଭ: କାର୍ଯ୍ୟ କ୍ଷେତ୍ରରେ ସୁଚିନ୍ତିତ ମତବ୍ୟକ୍ତ କରିପାରନ୍ତି। ବ୍ୟୟ ବୃଦ୍ଧିର ସମ୍ଭାବନା ଅଛି। ପ୍ରିୟ ବନ୍ଧୁଙ୍କ ହିତାକାଙ୍‍କ୍ଷୀ ହୋଇପାରନ୍ତି। ଯେକୌଣସି ସୂତ୍ରରୁ ଧନାଗମ ହେବାର ସୂଚନା ମିଳୁଛି। ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ ମିଳିବ।

ମୀନ: କାର୍ଯ୍ୟ ଯେତେ ଜଟିଳ ହେଲେ ବି ତାହା ଆପଣଙ୍କ ପକ୍ଷେ ସରଳ, ସୁଗମ ହେବ। ଭବ୍ୟ ସମ୍ବର୍ଦ୍ଧନା ମିଳିପାରେ। କୃଷି କାର୍ଯ୍ୟରେ ଦକ୍ଷତା ପ୍ରତିପାଦନ କରିବେ। ଧାର୍ମିକ ପ୍ରବୃତ୍ତିର ହେବେ। ଜଣେ ଉତ୍ତମ ବ୍ୟକ୍ତିଭାବେ ଆଦରଣୀୟ ହେବେ।

Leave A Reply