ନିଜ ଶରୀରରେ ନିଆଁ ଲଗାଇ ନବମ ଶ୍ରେଣୀ ଛାତ୍ର ମୃତ

ବଡ଼ସାହି : ମୟୁରଭଞ୍ଜ ଜିଲା ଗୋପବନ୍ଧୁ ନଗର ବ୍ଲକର ପଶୁଦା-ଭୋଳସାହି ଗ୍ରାମର ନବମ ଶ୍ରେଣୀର ଛାତ୍ର ବଡ଼ ଭଉଣୀର ଗାଳି ସହି ନ ପାରି ନିଜ ଶରୀରରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଛାତ୍ରର ମୃତ୍ୟୁ ଘଟିଛି। ଆହତ ଛାତ୍ର ହେଲେ ଗାଁ ହାଇସ୍କୁଲରେ ପଢୁଥିବା କାଳିଦାସ ମାରାଣ୍ଡି ବୋଲି ଜଣାପଡିଛି।

ଘର କବାଟ ଭାଙ୍ଗି ତାକୁ ଉଦ୍ଧାର କରି ପରିବାରଲୋକେ ପ୍ରଥମେ ବଡ଼ସାହି ଡାକ୍ତରଖାନା ପରେ ବାରିପଦା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସ୍ବାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ଥିବା ବେଳେ ଶରୀରର ୯୦ପ୍ରତିଶତ ଅଂଶ ପୋଡିଯାଇଥିଲା । ଡ଼କ୍ତର ଖାନାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଏ ନେଇ ଖୁଣ୍ଟା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଛେଦ ପାଇଁ ପଠାଇଛି ।

Comments are closed.