ତେଇସିପୁରରେ ଧାନମଣ୍ଡି ଉଦ୍‍ଘାଟିତ

0

ପିପିଲି : ପିପିଲିରେ ଖୁବ୍‍ ଶିଘ୍ର ଆହାର କେନ୍ଦ୍ର ଖୋଲିବ। ତେଇସିପୁର ସେବା ସମବାୟ ସମିତି ଠାରେ ଗୁରୁବାର ଧାନମଣ୍ଡି ଉଦ୍‍ଘାଟନ କରିବା ଅବସରରେ ପୁରୀ ଜିଲାପାଳ ଜ୍ୟୋତିପ୍ରକାଶ ଦାସ ଏହା ସୂଚନା ଦେଇଛନ୍ତି।
ତେଇସିପୁର ସେବା ସମବାୟ ସମିତି ଠାରେ ଖରିଫ୍‍ ବିପଣନ ବର୍ଷ ୨୦୧୮-୧୯ ନିମନ୍ତେ ଖୋଲାଯାଇଥିବା ଧାନମଣ୍ଡିକୁ ସ୍ଥାନୀୟ ବିଧାୟକ ତଥା ରାଜ୍ୟ କୃଷି, କୃଷକ ସଶକ୍ତିକରଣ, ମତ୍ସ୍ୟ ପଶୁସଂପଦ ଓ ପଞ୍ଚାୟତରାଜ ବିଭାଗ ମନ୍ତ୍ରୀ ପ୍ରଦୀପ ମହାରଥୀ, ପୁରୀ ଜିଲାପାଳ ଜ୍ୟୋତିପ୍ରକାଶ ଦାସ ଉଦ୍‍ଘାଟନ କରିଥିଲେ। ପ୍ରଥମ ଦିନରେ ଚାଷୀମାନେ ୩୦ କ୍ୱିଣ୍ଟାଲ ଧାନ ମଣ୍ଡିରେ ବିକ୍ରି କରିଥିଲେ।

Leave A Reply