ଜର୍ଦାରୀଙ୍କ ଜାମିନ ଅବଧି ବୃଦ୍ଧି

0

ଇସଲାମାବାଦ : ବେଆଇନ ଅର୍ଥ କାରବାର ମାମଲାରେ ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ଅସିଫ ଅଲ୍ଲି ଜର୍ଦାରୀଙ୍କ ଅନ୍ତରୀଣ ଜାମିନ ଅବଧି ଜାନୁଆରୀ ୭ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏକ ଜାଲ ବ୍ୟାଙ୍କ ଏକାଉଣ୍ଟ ମାଧ୍ୟମରେ ୪୧୪ କୋଟି ଟଙ୍କା ବେଆଇନ କାରବାର ନେଇ ତାଙ୍କ ବିରୋଧରେ ମାମଲା ବିଚାରାଧୀନ ରହିଛି। ଏଥିରେ ୬୩ ବର୍ଷୀୟ ଜର୍ଦାରୀ ଗିରଫ ହେବାର ଆଶଙ୍କା ରହିଛି। ଏହି ମାମଲାରେ ଶୁକ୍ରବାର ଜର୍ଦାରୀ ଓ ତାଙ୍କ ଭଉଣୀ ଫାର୍ୟାଲ ତାଲପୁର କରାଚୀସ୍ଥିତ ବ୍ୟାଙ୍କିଙ୍ଗ୍‌ ଅଦାଲତରେ ହାଜର ହୋଇଥିଲେ। ପୂର୍ବରୁ ସେ ଏହି ମାମଲାରେ ଜାମିନରେ ଅଛନ୍ତି। ଭାଇ-ଭଉଣୀଙ୍କ ବି​‌େ​‌ରାଧରେ ବହୁ ଜାଲ ବ୍ୟାଙ୍କ ଏକାଉଣ୍ଟ ମାଧ୍ୟମରେ ଆର୍ଥିକ କାରବାରର ତଦନ୍ତ ଚାଲିଛି।

Leave A Reply